କରୋନାରେ ଆଖିବୁଜିଲେ ଏହି ସୁପରଷ୍ଟାର

ଗୁଜୁରାଟୀ ଫିଲ୍ମର ସୁପରଷ୍ଟାର ନରେଶ କାନୋଡିୟାଙ୍କର ୭୭ ବର୍ଷ ବୟସରେ ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହେବା ପରେ ସେ ଅହମ୍ମଦାବାଦର ୟୁଏନ୍‌ ମେହତା ଇନ୍‌ଷ୍ଟିଚ୍ୟୁଟ୍‌ରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର ପରଲୋକ ଘଟିଥିବା ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଟୁଇଟ୍‌କରି ସୂଚନା ଦେଇଛନ୍ତି।
ସେ ଲେଖିଛନ୍ତି, ଗୁଜୁରାଟୀ ଫିଲ୍ମ ସୁପରଷ୍ଟାର ତଥା ଭାଜପା ନେତା ନରେଶ ଭାଇ କାନୋଡିୟାଙ୍କର ଦେହାନ୍ତରେ ମୁଁ ଗଭୀର ମର୍ମାହତ। କଳା କ୍ଷେତ୍ରରେ ତାଙ୍କର ଅବଦାନ ନୂତନ ପୀଢ଼ିକୁ ପ୍ରେରଣା ଯୋଗାଇବ। ମୁଁ ଭଗବାନଙ୍କ ଏତିକି ନିକଟରେ ପ୍ରାର୍ଥନା କରୁଛି ଯେ, ତାଙ୍କ ଆତ୍ମାକୁ ନିଜ ପାଦତଳେ ରଖିନ୍ତୁ ଏବଂ ତାଙ୍କ ପରିବାରକୁ ତଥା ସମସ୍ତ ଶୁଭେଚ୍ଛୁମାନଙ୍କୁ ଏହି ଦୁଃଖ ସହିବାକୁ ଶକ୍ତ ପ୍ରଦାନ କରନ୍ତୁ।

Share