Posted inଖେଳ

ଗୁଜରାଟର ପ୍ରଥମ ପରାଜୟ

ଭୁବନେଶ୍ୱର,୨ା୧(ସରୋଜ ଜେନା): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ର ଦ୍ୱିତୀୟ ସିଜନରେ ପ୍ରଥମ ପରାଜୟ ବରଣ କରିଛି ଗୁଜରାଟ ଜାଏଣ୍ଟ୍ସ। ଚେନ୍ନାଇ କୁଇକ୍‌ ଗନ୍ସ ପକ୍ଷରୁ ରାମଜୀ କଶ୍ୟପ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଦଳ ଗୁଜରାଟକୁ ୩୫-୨୯ରେ ପରାସ୍ତ କରିଛି। ରାମଜୀ ଆଟାକ୍‌ କରି ୧୦ ପଏଣ୍ଟ ଅର୍ଜନ କରିଥିବା ବେଳେ ଡିଫେଣ୍ଡ କରି ୪ ମିନିଟରୁ ଅଧିକ ସମୟ ମ୍ୟାଟ ଉପରେ ବିତାଇଥିଲେ। ଏହ ମଧ୍ୟରେ ସେ ଡ୍ରିମ୍‌ ରନ୍‌ ପୂରଣ କରି ଏକ ବୋନସ ପଏଣ୍ଟ ମଧ୍ୟ ହାତେଇଥିଲେ। ପ୍ରଥମ ଟର୍ନରେ ଗୁଜରାଟ ୧୪ ପଏଣ୍ଟ ଅର୍ଜନ କରିଥିଲା। ଚେନ୍ନାଇ ଦୁଇଟି ଡ୍ରିମ୍‌ ରନ୍‌ ସହ ୨ ପଏଣ୍ଟ ଅର୍ଜନ କରିଥିଲା। ତେବେ ଚେନ୍ନାଇ ନିଜ ଆଟାକ୍‌ରେ ମାତ୍ର ୮ ପଏଣ୍ଟ ଅର୍ଜନ କରିଥିବା ବେଳେ ଗୁଜରାଟ ୩ ଡ୍ରିମ୍‌ ରନ୍‌ ସମ୍ପୂର୍ଣ୍ଣ କରିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ଗୁଜରାଟ ୯ ପଏଣ୍ଟରେ ଆଗୁଆ ରହିଥିଲା। ତୃତୀୟ ଟର୍ନରେ ରାମଜୀ କଶ୍ୟପ ଚମତ୍କାର ପ୍ରଦର୍ଶନ କରିଥିଲେ। ୫ ଡ୍ରିମ୍‌ ରନ୍‌ ଓ ବୋନସ ପଏଣ୍ଟ ହାସଲ କରିବା ସହିତ ସେ ଗୁଜରାଟକୁ ମାତ୍ର ୧୨ ପଏଣ୍ଟ ସ୍କୋର କରିବାକୁ ଦେଇଥିଲ। ଅନ୍ତିମ ଟର୍ନରେ ବିଜୟ ପାଇଁ ୧୬ ପଏଣ୍ଟ ଆବଶ୍ୟକ ଥିବା ବେଳେ ଚେନ୍ନାଇ ୨୦ ପଏଣ୍ଟ ଅର୍ଜନ କରି ବିଜୟୀ ହୋଇଛି। ଏହି ବିଜୟ ସହିତ ଚେନ୍ନାଇ କୁଇକ୍‌ ଗନ୍ସ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ପଛରେ ପକାଇ ପନ୍ତ ହେଲେ ‘ନମ୍ବର ୧’

ନୂଆଦିଲ୍ଲୀ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ କମ୍‌ବ୍ୟାକ୍‌ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଭାରତୀୟ...

ପିଚ୍‌ରେ ଡିଆଁ ମାରି ରିଷଭ ପନ୍ତଙ୍କୁ ରକ୍ଷା କଲେ ସରଫରାଜ: ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ସରଫରାଜ ଖାନ ଶତକ ହାସଲ କରିଛନ୍ତି। ସରଫରାଜଙ୍କ ଏହି ଇନିଂସ ସହ ଜଡିତ ଏକ...

ଚମକିଲେ ସରଫରାଜ: ଭାରତକୁ ବିପଦରୁ କଲେ ରକ୍ଷା

ବେଙ୍ଗାଲୁରୁ,୧୯।୧୦: ବେଙ୍ଗାଲୁରୁ ଟେଷ୍ଟ ଭାରତୀୟ ଷ୍ଟାର ଖେଳାଳିଙ୍କ ସରଫରାଜ ଖାନ୍‌ କ୍ୟାରିୟର ପ୍ରଥମ ଶତକ ମାରିଛନ୍ତି। ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ରୂପରେ...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ

ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ...

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri