Categories: ଜାତୀୟ

ବିଷାକ୍ତ ମଦ ହେଲା କାଳ: ଚାଲିଗଲା ୧୯ ଜୀବନ

ଅହମ୍ମଦାବାଦ୍‌,୨୬।୭: ଗୁଜରାଟର ବୋଟାଡ ଜିଲାର ରୋଜିଦ ଗ୍ରାମରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୨ରୁ ଅଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସର ସୂଚନାନୁସାରେ, ମାମଲାର ତଦନ୍ତ ବେଳେ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ବିଷାକ୍ତ ମଦ ତିଆରି କରି ବିକ୍ରୟ କରୁଥିବା ଅଭିଯୋଗ ହୋଇଛି। ଜେଲରେ ଥିବା ତିନି ଜଣଙ୍କୁ ପଚରାଉଚରା କରାଯାଉଛି ବୋଲି ଗୁଜରାଟର ଡିଜିପି ଆଶିଷ ଭାଟିଆ କହିଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, ଗୁଜରାଟରେ ମଦ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି। ଏଠାରେ ବମ୍ବେ ନିଷେଧ ଆଇନ, ୧୯୪୯ ଅନୁଯାୟୀ, ଯେଉଁମାନେ ମଦ କିଣୁଛନ୍ତି, ପିଉଛନ୍ତି ଏବଂ ମଦ ରଖିଛନ୍ତି ସେମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ତିନି ମାସରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ।

ବି.ଦ୍ର: ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ

Share