ଗୁଲ୍‌ ପନାଗ ଗୁପ୍ତ ରଖିଥିଲେ ଏସବୁ କଥା: ୬ ମାସ ପରେ ପଡ଼ିଥିଲା ଧରା…

ମୁମ୍ବାଇ, ୩।୧: ମିସ୍‌ ୟୁନିଭର୍ସରୁ ବଲିଉଡ୍‌ ଅଭିନେତ୍ରୀ ପାଲଟି ଥିବା  ଗୁଲ୍‌ ପନାଗ‌ ରବିବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ଜାନୁୟାରୀ ୩ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ମଡେଲିଂ କରିବା ସହିତ ୧୯୯୯ରେ ସେ ମିସ୍‌ ୟୁନିଭର୍ସ ଟାଇଟଲ୍‌ ହାସଲ କରିଥିଲେ। ଏହାପରେ ଧୁପ୍‌ ଫିଲ୍ମ ମାଧ୍ୟମରେ ୨୦୦୩ରେ ବଲିଉଡ୍‌ରେ ପାଦ ଦେଇଥିଲେ। ୨୦୧୧ରେ ପାଇଲଟ୍‌ ଋଷି ଅଟାରୀଙ୍କୁ ବିବାହ କରିବା ପରେ ସେ ଗଣମାଧ୍ୟମଠାରୁ ଦୂରେଇ ରହିଥିଲେ। ଏହି ସମୟ ମଧ୍ୟରେ ସେ ଫିଲ୍ମରେ ଅଭିନୟ କରିବା ସହିତ ଟିଭି ସିରିଏଲ୍‌ରେ ମଧ୍ୟ ଅଭିନୟ ଜାରି ରଖିଥିଲେ। ୨୦୧୬ରେ ସେ ଫିଲ୍ମ ଅମ୍ବାସରିୟାରେ ଅଭିନୟ କରିଥିଲେ। ଏହାପରେ ପ୍ରାୟ ଦୁଇବର୍ଷ ପାଖାପାଖି ସେ ଅଭିନୟଠାରୁ ଦୂରେଇ ରହିଥିଲେ। ପରେ ୨୦୧୮ରେ ତାଙ୍କର ୬ମାସର ପୁଅ ଥିବା ସେ ଘୋଷଣା କରିଥିଲେ। ସେ ଗର୍ଭବତୀ ହେବା ଖବର ମିଡ଼ିଆ ପାଖରେ ନ ଥିଲା। ତାଙ୍କର ଘୋଷଣା ସମସ୍ତଙ୍କୁ କରିଥିଲା ଚକିତ।

Share