ଭୁବନେଶ୍ୱର,୨୭।୯(ବ୍ୟୁରୋ): ‘ବାତ୍ୟା ‘ଗୁଲାବ’ ରାଜ୍ୟରେ ସେଭଳି ପ୍ରଭାବ ପକାଇନାହିଁ। ତାହାର ପ୍ରଭାବରେ ଏତେଟା କ୍ଷୟକ୍ଷତି ହୋଇନାହିଁ।’ ଏ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବାତ୍ୟା ‘ଗୁଲାବ’ ଆଉ ଦୁଇରୁ ତିନି ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ୪ ଘଣ୍ଟା ମଧ୍ୟରେ ଏହା ପ୍ରଭାବ ଓଡ଼ିଶା ଉପରେ କମି ଯିବ। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଲକାନଗିରିରେ କେନ୍ଦ୍ର ବିନ୍ଦୁ ରହିଛି। ବାତ୍ୟା ପ୍ରଭାବରେ କେଉଁଠି ଅଧିକ ପବନ ହୋଇଥିବାର ସୂଚନା ନାହିଁ।