ନୂଆଦିଲ୍ଲୀ,୨୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ଆଜାଦ ଏକ ବଡ଼ ଘୋଷଣା କରିଛଉନ୍ତି। ଜମ୍ମୁ-କଶ୍ମୀରକୁ ପୁଣି ଫେରିବେ ଏବଂ ନିଜର ଏକ ନୂତନ ଦଳ ଗଠନ କରିବେ ବୋଲି ଗୁଲାମ ନବୀ କହିଛନ୍ତି। ଏଥିସହ ପୁଣି ଥରେ ଜାତୀୟ ରାଜନୀତିରୁ ଜମ୍ମୁ-କଶ୍ମୀର ରାଜନୀତିକୁ ଫେରିବାକୁ ସେ ସଙ୍କେତ ଦେଇଛନ୍ତି। ଆଜାଦ କହିଛନ୍ତି, ଜମ୍ମୁ ଯିବି, କଶ୍ମୀର ମଧ୍ୟ ଯିବି। ଜମ୍ମୁ-କଶ୍ମୀରରେ ନିଜର ଦଳ ଗଠନ କରିବୁ। ଏହା ଜାତୀୟ ସ୍ତରରେ ମଧ୍ୟ ଦେଖାଯିବ। ଏତଦ୍ ବ୍ୟତୀତ ଭାଜପାରେ ସାମିଲ ହେବା ଖବରକୁ ମଧ୍ୟ ଆଜାଦ ଖଣ୍ଡନ କରିଛନ୍ତି। ଗତ ୩ବର୍ଷରୁ ବିରୋଧୀମାନେ ମୁଁ ଭାଜପାରେ ସାମିଲ ହେବି ବୋଲି କହୁଛନ୍ତି। ଏପରିକି ମୋତେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ମଧ୍ୟ କରିଦେଇଥିବା ଆଜାଦ କହିଛନ୍ତି।