ମୁମ୍ବାଇ,୨୨।୩: ଏମ୍ସି ତୋଡ ଫୋଡ୍ ଭାବେ ଜଣାଶୁଣା ଧର୍ମେଶ ପରମାରଙ୍କର ସୋମବାର ମୃତ୍ୟୁ ହୋଇଛି। ମୁମ୍ବାଇର ବହୁ ଭାଷାଭିତ୍ତିକ ହିପ୍-ହପ୍ ଗ୍ରୁପ୍ ସ୍ବଦେଶୀର ସଦସ୍ୟଙ୍କୁ ମୃତ୍ୟୁ ବେଳକୁ ୨୪ ବର୍ଷ ହୋଇଥିଲା। ସ୍ବଦେଶୀର ଲେବଲ ଆଜାଦି ରେକର୍ଡ ଏବଂ ମ୍ୟାନେଜମେଣ୍ଟ କମ୍ପାନୀ ୪/୪ ଏଣ୍ଟରଟେନମେଣ୍ଟ ପକ୍ଷରୁ ଖବରକୁ ସ୍ପଷ୍ଟ କରାଯାଇଛି। ତେବେ ତାଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।
ଏମ୍ସି ତୋଡ ଫୋଡ୍ ବଲିଉଡ୍ ଫିଲ୍ମ ଗଲି ବୟ ପାଇଁ ମଧ୍ୟ ର଼୍ୟାପ କରିଥିଲେ। ଗଲି ବୟରେ କାମ କରିଥିବା ଅଭିନେତା ରଣବୀର ସିଂ ଏବଂ ସିଦ୍ଧାନ୍ତ ଚତୁରବେନି ତାଙ୍କ ବିୟୋଗରେ ଇନ୍ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି।