Advertisement

ଗୁଲଶନ କୁମାର ହତ୍ୟାକାଣ୍ଡ: ଦାଉଦଙ୍କ ସହଯୋଗୀ ରଉଫଙ୍କୁ ଆଜୀବନ କାରାଦଣ୍ଡ

ମୁମ୍ବାଇ,୧।୭: ପୂର୍ବତନ ପ୍ଲେବ୍ୟାକ୍‌ ସିଙ୍ଗର ତଥା ଟି-ସିରିଜ କମ୍ପାନୀର ମାଲିକ ଗୁଲଶନ କୁମାରଙ୍କ ହତ୍ୟାକାଣ୍ଡ ମାମଲା ସହ ଜଡ଼ିତ ଆବେଦନ ଉପରେ ବମ୍ବେ ହାଇକୋର୍ଟ ଶୁଣାଣି କରିଛନ୍ତି। ଏହି ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅବଦ୍ଦୁଲ ରଉଫ ଓରଫ ଦାଉଦ ମର୍ଚାଣ୍ଟଙ୍କ ୨୦୦୨ରେ ଦିଆଯାଇଥିବା ଦଣ୍ଡକୁ କୋର୍ଟ କାଏମ୍‌ ରଖିଛନ୍ତି। ଗୁରୁବାର ସେସନ କୋର୍ଟ ତାଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡ଼ିଛି। ଏଥିସହ ପୂର୍ବରୁ ଦୋଷମୁକ୍ତ ହୋଇଥିବା ଅବଦ୍ଦୁଲଙ୍କ ଭାଇ ତଥା ରଶିଦ ମର୍ଚାଣ୍ଟଙ୍କୁ ମଧ୍ୟ କୋର୍ଟ ଆଜୀବନ କାରାଦଣ୍ଡରେ ପୁଣି ଦଣ୍ଡିତ କରିଛନ୍ତି। ଅନ୍ୟପଟେ ଅବଦ୍ଦୁଲ କୌଣସି କ୍ଷମାପ୍ରାର୍ଥୀର ଯୋଗ୍ୟ ନୁହଁନ୍ତ। କାରଣ ପୂର୍ବରୁ ୨୦୦୯ରେ ସେ ପାରୋଲରେ ଆସି ବାଙ୍ଗଲାଦେଶକୁ ପଳାୟନ କରିଥିଲେ ବୋଲି ହାଇକୋର୍ଟ କହିଛନ୍ତି। ଅବଦ୍ଦୁଲ ଅଣ୍ଡରଓ୍ବାଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ସହଯୋଗୀ ଥିଲେ। ସୂଚନାଯୋଗ୍ୟ, ୧୯୯୭ ଅଗଷ୍ଟ ୧୨ରେ ମୁମ୍ବାଇର ଜୁହୁ ଅଞ୍ଜଳରେ ଗୁଲଶନ କୁମାରଙ୍କୁ ହତ୍ୟା କରାଯାଇଥିଲା। ମନ୍ଦିର ବାହାରେ ତାଙ୍କୁ ୧୬ଟି ଗୁଳି ଫୁଟାଯାଇଥିଲା। ଏହି ମାମଲାରେ ଅନେକଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ବି କେତେକଙ୍କ ଉପରେ ମକଦ୍ଦମା ଜାରି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share