ଏଠି ଗୁମାସ୍ତାଗିରି ଶାସନ ଚାଲିଛି: ଧର୍ମେନ୍ଦ୍ର

ଅସ୍ତରଙ୍ଗ,୩୦ା୫(ମମତା ଜେନା)ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ପଡ଼ିଆରେ ବୁଧବାର ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାସକ ଦଳ ଉପରେ ଗର୍ଜିଛନ୍ତି। ସେ କହିଛନ୍ତି, କାକଟପୁର ନିର୍ବାଚନମଣ୍ଡଳୀ ସ୍ବାଭିମାନର ମାଟି, ଏଠି ଲୋକେ ଯାହାକୁ ଭୋଟ୍‌ ଦେଇ ବାଛିଥିଲେ ସେ ରବର ଷ୍ଟାମ୍ପ୍‌। କାକଟପୁରବାସୀ ଏବେ ଏକ ହୁଅ-ଭାଜପା ଜିତିଲେ ବିକାଶ ଦେଖିବ। ଉପକୂଳ ରାଜପଥ ସମେତ ପ୍ରସ୍ତାବିତ ବନ୍ଦର ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ନ ଦେବାରୁ କାମ ଆଗେଇପାରୁନାହିଁ। ରାଜ୍ୟରେ ଭାଜପା ସରକାର ଆସିଲେ କାକଟପୁର ନିର୍ବାଚନମଣ୍ଡଳୀରେ ବିକାଶ ଘଟିବ। ମତ୍ସ୍ୟଜୀବୀ ତାଙ୍କର ପ୍ରକୃତ ସହାୟତା ପାଇବେ, ଧାନର ମୂଲ୍ୟ ବଢିବ, ଅଞ୍ଚଳର ଯୁବବର୍ଗ ବାହାରକୁ ଆଉ ଦାଦନ ଖଟିବାକୁ ଯିବେନାହିଁ ବୋଲି ପ୍ରଧାନ କହିଛନ୍ତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଥିଲେ, ରାଜ୍ୟରେ ସିନ୍ଧି ଚୋର ପଶିଛି, ସବୁ ନେଇ ପଳାଇବ। ରାଜ୍ୟରେ ତାମିଲ୍‌ ଶାସନ ଭଳି କାକଟପୁର ଶାସନ ଆଉ କାହା ଦ୍ୱାରା ପରିଚାଳିତ ହୋଇ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଧାନ, ପାନ ଓ ମୀନର ଅଞ୍ଚଳ ଆଜି ପ୍ରଭାବିତ। ପିଇବା ପାଇଁ ବିଶୁଦ୍ଧ ପାନୀୟଜଳ ମିଳୁନି। ଲୋକଙ୍କ ସମସ୍ୟା ପୂରଣ ହେଉନି।
ତାମିଲ୍‌ ହଟାଇ ଭାଜପା ସରକାର ଗଠନ କରିବାକୁ ଯାଉଥିବାବେଳେ କାକଟପୁର ନିର୍ବାଚନମଣ୍ଡଳୀବାସୀ ଏକ ହୁଅ, ବିକାଶ ଦେଖିବ ବୋଲି ପ୍ରଧାନ କହିଥିଲେ। କାକଟପୁରରୁ ପାରିବାରିକ ଶାସନ ଓ ଗୁମାସ୍ତାଗିରି ହଟାଇ ଭାଜପା ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଏବଂ ଏମ୍‌ପି ପ୍ରାର୍ଥୀ ବିଭୁପ୍ରସାଦ ତରାଇଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେବାକୁ ସେ ନିବେଦନ କରିଥିଲେ। ଜିତିଲେ କାକଟପୁର ନିର୍ବାଚନମଣ୍ଡଳୀ ରାଜ୍ୟରେ ଏକ ନମ୍ବର ହେବ, ଯାହା ବିକାଶ ଦରକାର ସେଥିରେ ସହଯୋଗ କରିବେ ବୋଲି ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ। ପ୍ରବଳ ଜନସମାଗମ ଦେଖି ଏଇଠୁ ଅଙ୍କ ଛିଡ଼ିଗଲା, କାକଟପୁରରେ ଭାଜପା ଜିତିବା ସୁନିଶ୍ଚିତ ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ଭାଜପାର ଇସ୍ତାହାର ଗ୍ୟାରେଣ୍ଟି ଆଦି ସମ୍ପର୍କରେ ସେ ଭୋଟରଙ୍କୁ ଜଣାଇଥିଲେ। ସମାବେଶରେ ଜଗତ୍‌ସିଂହପୁର ଏମ୍‌ପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ, କାକଟପୁର ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ଜିଲା ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ମଙ୍ଗଳା ପ୍ରସାଦ ସାମନ୍ତରାୟ, ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତି ନାୟକ, କାକଟପୁର ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, ବରିଷ୍ଠ ନେତା ଈଶ୍ୱର ବେହେରା, ପ୍ରସନ୍ନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ନିର୍ବାଚନମଣ୍ଡଳୀର ଭାଜପା ସଂଯୋଜକ ସୁଦର୍ଶନ ସ୍ବାଇଁ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ନିକଟରେ ଅସ୍ତରଙ୍ଗରୁ ଭାଜପାରେ ମିଶିଥିବା ଦିବାକର ଛାଟୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri