ବନ୍ଧୁକ ସଂସ୍କୃତି: ୧୨ ମାସରେ ୧୫ରୁ ଅଧିକ ଗୁଳିକାଣ୍ଡ, ୧୦୦ରୁ ଅଧିକ ଲୋକଙ୍କ ଗଲାଣି ଜୀବନ…

ଓ୍ବାଶିଂଟନ,୮।୫ : ଆମେରିକାରେ ଜାରି ରହିଥିବା ବନ୍ଧୁକ ସଂସ୍କୃତି ଯୋଗୁ ଗୁଳିକାଣ୍ଡ ଘଟଣା ଥମିବାର ନା ଧରୁନି। ଧୀରେଧିରେ ଏହା ବୃଦ୍ଧି ପାଉଛି। ଶନିବାର ଟେକ୍ସାସରେ ହୋଇଥିବା ଗୁଳି ବିନିମୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଉତ୍ତର-ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ସହଭାଗିତାରେ ଆସୋସିଏଟେଡ ପ୍ରେସ ଏବଂ ୟୁଏସ ଟୁଡେ ଦ୍ୱାରା ପରିଚାଳିତ ଡାଟାବେସ ଅନୁଯାୟୀ ଦେଶରେ ଏହା ହେଉଛି ୨୨ ତମ ଘଟଣା।

ଗତ ୧୨ ମାସ ମଧ୍ୟରେ ଦେଶରେ ୧୫ରୁ ଅଧିକ ଥର ଏଭଳି ଗୁଳିକାଣ୍ଡ ଘଟିଛି। ଏସବୁ ଘଟଣାରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ସରକାର ଦେଶରେ ବନ୍ଧୁକ ସଂସ୍କୃତି ଉପରେ କଡ଼ା ଆଇନ ଆଣିବାକୁ ଉଦ୍ୟମ କରୁଛନ୍ତି। ମାତ୍ର ଗୁଳିକାଣ୍ଡ ଘଟଣାର ବୃଦ୍ଧି ନେଇ ସରକାରଙ୍କ ଚିନ୩୍‌ତା ବଢ଼ିବାରେ ଲାଗିଛି।

Share