Categories: ଜାତୀୟ

ଉତ୍ତରପ୍ରଦେଶରେ ଚାଲିଛି ଗୁଣ୍ଡାରାଜ: ମାୟାବତୀ

ଲକ୍ଷ୍ନୌ, ୧।୧୦: ହାତରସ୍‌ ଗଣ ବଳାତ୍କାର ମାମଲା ନେଇ ନେଇ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଛି। ଏହାକୁ ନେଇ ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ ରାଜ୍ୟରେ ଆଇନର ଶାସନ ନୁହେଁ ଗୁଣ୍ଡାରାଜ ଚାଲିଛି ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟର ଭାଜପା ସରକାର ବୋହୂ ଝିଅଙ୍କୁ ଆବଶ୍ୟକ ସୁରକ୍ଷା ଦେବାରେ ଅକ୍ଷମ ସାବ୍ୟସ୍ତ ହୋଇଥିବା ସେ କହିଛନ୍ତି। ପୋଲିସ ବାହିନୀକୁ ଅପରାଧୀ ହେୟ ଜ୍ଞାନ କରୁଛନ୍ତି। ଏହି ମାମଲାରେ ପୋଲିସ ପକ୍ଷରୁ ଜାଣିଶୁଣି ଅବହେଳା ପ୍ରଦର୍ଶନ କରାଯାଇଥିବା ମାୟାବତୀ କହିଛନ୍ତି। ରାଜ୍ୟରେ ଜଙ୍ଗଲ ଆଇନ ଚାଲିଥିବାବେଳେ ଶାସକ ଦଳ ନିଘୋଡ଼ ନିଦରେ ଶୋଇଥିବା ସେ କହିଛନ୍ତି। ଶାସକ ଦଳ ପକ୍ଷରୁ ଏଭଳି ଘଟଣାକୁ ରୋକା ଯିବା ପରିବର୍ତ୍ତେ ଜାଣିଶୁଣି ଅପରାଧୀଙ୍କୁ ଆଇନ ହାତରୁ ଖସାଇବାର ଉଦ୍ୟମ କରାଯାଉଥିବା ମାୟାବତୀ କହିଛନ୍ତି।

Share