ଗୁଣ୍ଡିଚା ମନ୍ଦିରରେ ବରଗଛ ଭର୍ତ୍ତି

ସୋନପୁର,୧୬।୬(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ୨୦ ତାରିଖ ପବିତ୍ର ରଥଯାତ୍ରା। ଏଥିପାଇଁ ସୁବର୍ଣ୍ଣପୁର ସମେତ ସାରା ଓଡିଶା ଉତ୍ସବ ମୁଖର ହୋଇଉଠିଛି। ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ଓ ଗୁଣ୍ଡିଚା ମନ୍ଦିରକୁ ରଙ୍ଗ କରାଯାଉଛି। ହେଲେ ସୁବର୍ଣ୍ଣପୁରର ସ୍ଥିତି ଭିନ୍ନ। ମନ୍ଦିରମାଳିନୀ ଏହି ସହରରେ ପୁରାତନ ମନ୍ଦିରଗୁଡିକୁ ଅଣଦେଖା କରାଯାଉଛି। ବଡବଜାରସ୍ଥିତ ଗୁଣ୍ଡିଚା ମନ୍ଦିର କାନ୍ଥରେ ଛୋଟ ଛୋଟ ବରଗଛ ଭର୍ତ୍ତି ହୋଇରହିଛି। ଗଛ ଚେର ମନ୍ଦିର ଭିତରକୁ ପ୍ରବେଶ କଲାଣି। ସେଗୁଡିକୁ ଓପଡା ଯାଉନି। ଏହା ମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଛି। ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗର ଏଥିପ୍ରତି ଦୃଷ୍ଟି ନାହିଁ। ସୋନପୁରର ରାଣୀ ଗୁଣ୍ଡିଚା ଦେବୀ ୧୮୩୭ରେ ଏହି ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିର ବଡ ମନ୍ଦିର ଭାବେ ପରିଗଣିତ ହେଉଥିଲା। ମନ୍ଦିର ଓ ନାଟ ମଣ୍ଡପର କାମ ବହୁତ ଉଚ୍ଚକୋଟୀର। କାରୁକାର୍ଯ୍ୟପୂର୍ଣ୍ଣ ଏହି ମନ୍ଦିରରେ ସମସ୍ତ ପୂଜା ପାର୍ବଣରେ ଶ୍ରଦ୍ଧାଳୁମାନେ ସମବେତ ହୋଇ ପୂଜା କରନ୍ତି। ପ୍ରଭୁ ନୃସିଂହ ଏଠାରେ ପୂଜା ପାଆନ୍ତି। ରଥଯାତ୍ରା ସମୟରେ ତିନି ଠାକୁର ମାଉସୀ ମା’ ମନ୍ଦିରରେ ବିଜେ ହୁଅନ୍ତି। ବେଶ ଧାରଣ ସମୟରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୁଏ। ତେବେ ମନ୍ଦିର ଚୂଳରେ ୧୦ ରୁ ୧୨ଟି ବର ଓ ଅଶ୍ୱତଥ୍‌ ଗଛ ଉଠିଥିବା ବେଳେ କାହାରି ଦୃଷ୍ଟି ନାହିଁ। ମନ୍ଦିରରେ ରଙ୍ଗ ଦିଆଯାଉନି। ସହରର ଏହି ପ୍ରମୁଖ ମନ୍ଦିର ପ୍ରତି ପ୍ରଶାସନର ଅବହେଳା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ରଥଯାତ୍ରା ପୂର୍ବରୁ ଗଛ ସଫା କରିବା ସହ ମନ୍ଦିରରେ ରଙ୍ଗ ଦେବା ପାଇଁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି...

ଦୁର୍ନୀତିକୁ ଦିଆଯିବନି ପ୍ରଶୟ: ଅଙ୍ଗନାୱାଡି କର୍ମୀଙ୍କୁ ଶପଥ ପାଠ କରାଇଲେ ସିଡିପିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡିର ସମନ୍ବିତ ଶିଶୁ...

ରେଳ ମେଲ୍‌ସେବା ସ୍ଥାନାନ୍ତରଣକୁ ନେଇ ତେଜିଲା ବିରୋଧ

କେସିଙ୍ଗା,୨୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ସ୍ଥିତ ରେଳ ଡାକସେବା(ଆର୍‌ଏମ୍‌ଏସ୍‌) ସ୍ଥାନାନ୍ତରଣକୁ ବିରୋଧ କରି କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ ପକ୍ଷରୁ...

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ...

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ...

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri