ପୁରୀ ଅଫିସ୍,୨୪।୧(ଡି.ଏନ୍.ଏ.): ମହାପ୍ରଭୁଙ୍କ ଘୋଷଯାତ୍ରା ଜୁଲାଇରେ ହେବ । ୩ ଠାକୁର ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଓ ବାହାର ମରାମତି କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଏହି ସମୟରେ ଭକ୍ତଙ୍କ ସୁଲଭ ଦର୍ଶନ, ସେବାୟତଙ୍କ ସୁବିଧା ଆଉ ମନ୍ଦିର ଭିତର ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ ହୋଇଛି।
ଏହି ସବୁ କାମ ପାଇଁ ୨୫ ହଜାର ବର୍ଗଫୁଟ ମୁଗୁନି ପଥର ବ୍ୟବହୃତ ହେବ । ଏହା ବ୍ୟତୀତ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ଛାତର କଲମକ୍ୟାପିଟାଲ ବିମ୍ରେ ଫାଟ ଚିହ୍ନଟ ହୋଇଛି । ଯାହାର ମରାମତି କାର୍ଯ୍ୟ ହେବ।