Categories: ଜାତୀୟ

ଛତିଶଗଡ଼ ନିର୍ବାଚନରେ ମୁତୟନ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟର ଗୁଳିମାଡ଼, ଯବାନ ଆହତ

ରାୟପୁର,୭/୧୧: ଛତିଶଗଡ଼ ସୁକମା ଜିଲାରେ ନିର୍ବାଚନୀ ଦାୟିତ୍ୱରେ ମୁତୟନ ହୋଇଥିବା ଅର୍ଦ୍ଧ-ସାମରିକ ବଳ ଏବଂ ମାଓବାଦୀ ମାନଙ୍କ ମଧ୍ୟରେ ଗୁଳିମାଡ଼ ହେବାର ଖବର ଆସିଛି। ଏହି ସମୟରେ କିଛି ଯବାନ ଆହତ ହୋଇଥିବା ଜଣା ପଡିଛି। ଅଧିକାରୀଙ୍କ କହିବା ମୁତାବକ ତାଡ଼ମେଟାଲ ଏବଂ ଦୁଲେଦ ଗାଁ ମଝିରେ ଥିବା ଜଙ୍ଗଲରେ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଏହି ଗୁଳିମାଡ଼ ହୋଇଥିଲା। ସୂଚନା ଅନୁଯାୟୀ ମତଦାନ କେନ୍ଦ୍ରଠାରୁ ୨୦୦ ମିଟର ଦୂରରେ ସୁରକ୍ଷାରେ ମୁତୟନ ଡିଆରଜି ଯବାନ ମାନଙ୍କ ଉପରେ ମାଓବାଦୀ ଗୁଳିକାଣ୍ଡ କରିଥିଲେ।

ମତଦାନ କେନ୍ଦ୍ର ୧୯୫ ଦୂରମା କୁ ୩ କିଲୋମିଟର ଦୂର ବଣ୍ଡାଯୁ ସ୍ଥାନାନ୍ତର କରାଯାଇଛି। ଦୂରମାରେ ୨୮୪ ମତଦାତା ରହିଛନ୍ତି। ସକାଳ ୧୧ଟା ସମୟ ସୁଦ୍ଧା ୨୨ ଜଣ ଲୋକେ ମତଦାନ କରିଥିଲେ। ପରେ ୧୧.୧୫ ଟା  ମିନିଟରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମାନଙ୍କ ମଧ୍ୟରେ ଗୁଳିମାଡ ହୋଇଥିଲା।

ତେବେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ”ଆଗରୁ ବଡ ବଡ ଘଟଣା ହେଉଥିଲା, ବର୍ତ୍ତମାନ ଛୋଟ ଘଟଣା ଘଟୁଛି। ମୋତେ ଲାଗୁଚି ଭବିଷ୍ୟତରେ ଏହା ମଧ୍ୟ ବନ୍ଦ ହୋଇଯିବ। ଗତ ବର୍ଷରେ ଆମେ ଯେଉଁ କାମ ଆରମ୍ଭ କରିଥିଲୁ ତାହା ପ୍ରଭାବରେ ମାଓବାଦ ଅନେକ ହ୍ରାସ ପାଇଛି। ଏହା ଦ୍ୱାରା ଗାଁ ଗୁଡ଼ିକରେ ମତଦାନ କେନ୍ଦ୍ର ଖୋଲାଯାଇଛି। ଲୋକମାନେ ଏବେ ନିଜ ଗାଁରେ ହିଁ ମତଦାନ କରୁଛନ୍ତି। ଚଳିତ ଥର ମାଓପ୍ରବଣ ଅଞ୍ଚଳରେ ମତଦାନ ବୃଦ୍ଧି ହେବାର ସମ୍ଭାବନା ରହିଛି। ”

 

 

 

 

Share