Categories: ଜାତୀୟ

ଅଜ୍ଞାତ ବନ୍ଧୁକଧାରୀ-ଆସାମ ରାଇଫଲ୍ସ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ…

ଇମ୍ଫାଲ,୨୨।୬ : ଗୁରୁବାର ଭୋର ୫ଟାରେ ମଣିପୁରର ପଶ୍ଚିମ ଇମ୍ଫାଲର ଉତ୍ତର ବୋଲଜୁଙ୍ଗରେ ଅଜ୍ଞାତ ବନ୍ଧୁକଧାରୀ ଏବଂ ଆସାମ ରାଇଫଲ୍ସ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ବନ୍ଧୁକଧାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ ଚାଲିଛି।

ସୂଚନାନୁସାରେ, ବୁଧବାର ଅପରାହ୍ନ ପ୍ରାୟ ୫ଟା ୪୫ ସମୟରେ ଇମ୍ଫାଲ ପୂର୍ବ ଜିଲାର ଓ୍ବାଇକେପିଆଇର ଉତ୍ତରରେ ଥିବା ଉରଙ୍ଗପାଟ ନିକଟରେ ଗୁଳି ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା। ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି।

Share