ପୋଲିସ ସହ ଗୁଳି ବିନିମୟ: ୫ ମାଓବାଦୀ ନିହତ

ମାଲକାନଗିରି, ୨ା୬(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ଼ ନାରାୟଣପୁରରେ ପୋଲିସ ସହ ଗୁଳି ବିନିମୟରେ ମଙ୍ଗଳବାର ୫ ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ଼ ନାରାୟଣପୁର ଜିଲା ଅବୁଝମାଡର ଘାମାଣ୍ଡି ଏବଂ କୁରେଭାଇ ଗ୍ରାମ ମଧ୍ୟରେ ଛତିଶଗଡ଼ର ୪ ଜିଲାରୁ ୧୦୦ରୁ ଊର୍ଦ୍ଧ୍ୱ ଏସ୍‌ଟିଏଫ୍‌, ଡିଆର୍‌ଜି ଓ ସିଆର୍‌ପିଏଫ୍‌ ଯବାନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଗତ ୩୦ ତାରିଖରୁ ତଲାସି ଆରମ୍ଭ କରିଥିଲେ। ଏହି ଅଭିଯାନ ୨ ଦିନ ଧରି ଜାରି ରହିଥିବା ବେଳେ ମଙ୍ଗଳବାର ଜଙ୍ଗଲରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳି ଚାଳନା କରିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିବା ବେଳେ ସେଥିରେ ୫ ମାଓବାଦୀ ନିହତ ହୋଇଥିବା ଏବଂ ବହୁ ଆହତ ହୋଇଥିବା ସୂଚନା ମିଳିଛି । ଯବାନମାନେ ଫେରିବା ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଇଛି । ଏହାସହ ଗୁଳି ବିନିମୟରେ କୌଣସି ଯବାନ ଆହତ ହୋଇ ନ ଥିବା ବସ୍ତର ଆଇଜି ସୁନ୍ଦର ରାଜ ପି. ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ!

ଭୁବନେଶ୍ୱର, ୪।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୦୬ ବ୍ୟାଚ ଆଇଏଏସ ମନୋଜ କୁମାର ସାହୁଙ୍କୁ ନିଯୁକ୍ତ କରାଯାଇପାରେ। ଏନେଇ ଓଡ଼ିଶା...

ବିଷ ପିଇଦେଲେ ଶାଳୀ, ଭିଣୋଇ

ବେହେରା, ୪ା୭(ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କୋକସରା ଥାନା ପଲସପାଣି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ...

ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଏହି ଅଧିକାରୀଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର, ୪।୭: ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୨ ବ୍ୟାଚ ଆଇଏଏସ୍‌ ଗଣେଶ୍ୱର ଜେନାଙ୍କୁ ନିଯୁକ୍ତ ଦିଆଯାଇଛି । ଆଜି ତାଙ୍କୁ...

କଂଗ୍ରେରେ ମିଶିଯାଉ ବିଜେଡି : ଏପରି କାହିଁକି କହିଲେ ସପ୍ତଗିରି

ଭୁବନେଶ୍ୱର, ୪।୭: ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରରେ ଏନ୍‌ଡିଏ ସରକାରର ସବୁ ନିଷ୍ପତ୍ତିକୁ ବିଜେଡି ସମର୍ଥନ କରିଆସୁଥିଲା। ହେଲେ ଏବେ ରାଜ୍ୟରେ ୨୧ ଲୋକ...

ଲାଞ୍ଚ ନେଇ ସହକାରୀ ଆର୍‌ଆଇ ଗିରଫ

କଟକ,୪ା୭(କାର୍ତ୍ତିକ ସାହୁ): ପୁରୀ ତହସିଲ ଅଧୀନ ଚନ୍ଦନପୁର ଆର୍‌ଆଇ ସର୍କଲର ସହକାରୀ ଆର୍‌ଆଇ ପବିତ୍ର କୁମାର କାଣ୍ଡି ଲାଞ୍ଚ ନେବା ମାମଲାରେ ଗୁରୁବାର ଗିରଫ ହୋଇଛନ୍ତି।...

ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ ବଡ଼ ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କହିଲେ ୬ରେ…

ଭୁବନେଶ୍ୱର,୪।୭: ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ। ୬ ତାରିଖ ବୈଠକରେ...

ଇସ୍ତଫା ଦେବେ କି ପିସିସି ସଭାପତି! ଏଆଇସିସି ପାଖକୁ ଇସ୍ତଫାପତ୍ର ପଠାଇଥିବା ଚର୍ଚ୍ଚା

ଭୁବନେଶ୍ୱର,୪।୭: ବଦଳିବେ କି ପିସିସି ସଭାପତି ? ଜୋର ଧରିଲା ମୁଖିଆ ପରିବର୍ତ୍ତନ ଚର୍ଚ୍ଚା। ଶରତ ପଟ୍ଟନାୟକ ଏଆଇସିସି ପାଖକୁ ଇସ୍ତଫାପତ୍ର ପଠାଇଥିବା ଆଲୋଚନା ହେଉଛି।...

ଶୌଚ ପାଇଁ ଯାଇଥିଲେ: ଭାଲୁ ହାବୁଡ଼ରେ ପଡ଼ି ଅବସ୍ଥା ସଙ୍କଟାପନ୍ନ

କୋକସରା,୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଉଛୁଳା ପଞ୍ଚାୟତ ନୂଆଗୁଡା ଗ୍ରାମରେ ଗୁରୁବାର ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri