ଓହିଓ ଫୁଟବଲ୍‌ ମ୍ୟାଚ୍‌ରେ ଫୁଟିଲା ଗୁଳି

ଓ୍ବାଶିଂଟନ୍‌, ୮।୧୦: ଆମେରିକାର ଓହିଓରେ ଶନିବାର ଏକ ଅଘଟଣ ଘଟିଛି। ଏକ ଫୁଟବଲ ମ୍ୟାଚ୍‌ ସମୟରେ ଷ୍ଟାଡ଼ିୟମ ବାହାରେ ଗୁଳିକାଣ୍ଡ ଘଟିଛି। ଏଥିରେ ୩ଜଣଙ୍କୁ ଗୁଳି ବାଜିଥିବା ଜଣାପଡ଼ିଛି। ଏହି ସମୟରେ ଷ୍ଟାଡିୟମରେ ଲୋକମାନେ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ପରିଚୟ କିମ୍ବା ସ୍ବାସ୍ଥ୍ୟାବସ୍ଥା ବିଷୟରେ କୌଣସି ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ଓହିଓର ଟୋଲେଡୋର ହ୍ବିଟମର ହାଇସ୍କୁଲରେ ଏକ ଫୁଟବଲ ମ୍ୟାଚ୍‌ ସମୟରେ ଷ୍ଟାଡ଼ିୟମ୍‌ ବାହାରେ ଗୁଳି ଫୁଟିବାର ଶବ୍ଦ ହୋଇଥିଲା। ଏହାପରେ ଲୋକମାନେ ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଥିଲେ। ଏହି ସମୟରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Share