ବରଗଡ଼ରେ ଗୁଳିମାଡ଼, ଯୁବକ ଗୁରୁତର

ବରଗଡ଼ ଅଫିସ,୯।୩: ବରଗଡ଼ ସହରର ବ୍ୟସ୍ତବହୁଳ ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଗରୁବାର ରାତିରେ ଗୁଳି ଏବଂ ଭୁଜାଲି ମାଡ଼ ହୋଇଛି। ଏଥିରେ ବରଗଡ଼ ହାଟପଦାର ଜଗନ୍ନାଥ କର୍ଣ୍ଣ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଗନ୍ନାଥ ସରକାରୀ ବସ୍‌ଷ୍ଟାଣ୍ଡରୁ ନିଶାମଣି ସ୍କୁଲ ପଟକୁ ଯାଉଥିଲେ। ହେଲେ କେତେକ ଦୁର୍ବୃତ୍ତ ଆସି ଜଗନ୍ନାଥଙ୍କ ଉପରକୁ ସଂଘବଦ୍ଧ ଭାବେ ଗୁଳି ଏବଂ ଭୁଜାଲି ମାଡ଼ କରିଥିଲେ। ସେଠାରେ ସେ ଗୁରୁତର ଅବସ୍ଥାରେ ଟଲି ପଡିଥିଲେ। ପରେ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଜୀବନ୍ତ ଗୁଳି ଏବଂ ଆଉ ଗୋଟିଏ ଫୁଟା ଗୁଳି ଜବତ କରି ଛାନଭିନ ଚଲାଇଛି। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ବୋଲି ସାଧାରଣରେ ଆଲୋଚିତ ହେଉଛି। ତାଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଲାଇଛି।

Share