ଗଞ୍ଜାମ,୧୫ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ଗଡ଼ହୁମାରେ ରବିବାର ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀ ଦୁଇଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି ଦେବା ଘଟଣା ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ସୂଚନାନୁଯାୟୀ, ଶନିବାର ରାତିରେ ଦେବୀମନ୍ଦିରରେ ତାନ୍ତ୍ରିକ ପୂଜାପାଠ କରୁଥିବା ବେଳେ ଦୁଇଜଣଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ। ଆଜି ସକାଳୁ ଖବର ପାଇ ପୋଲିସ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲକୁ ନେଇଛି। ଉଦ୍ଧାର ହୋଇଥିବା ଦୁଇଜଣ ହେଲେ ସେହି ଗ୍ରାମର କିଶୋର ଦାସ ଓ ରଞ୍ଜୁ ଦାସ। ଗ୍ରାମରେ ଉତ୍ତେଜନା ଜାରି ରହିଥିବା ବେଳେ ପୋଲିସ ମୁତୟନ ହୋଇଛି।