‘ଝଲକ ଦିଖଲା ଜା ୧୦’ର ୱିନର ହେଲେ ଗୁଞ୍ଜନ ସିହ୍ନା-ତେଜସ ବର୍ମା

ମୁମ୍ବାଇ: ଶେଷ ହେଲା ପ୍ରତିକ୍ଷା । ଶେଷରେ ୮ ବର୍ଷର ଗୁଞ୍ଜନ ସିହ୍ନା ଓ ୧୨ ବର୍ଷର ତେଜସ ବର୍ମା ଡ୍ୟାନ୍ସ ରିୟଲିଟି ଶୋ’ ‘ଝଲକ ଦିଖଲା ଜା ୧୦’ର ୱିନର ହୋଇଛନ୍ତି । ପୂର୍ବରୁ ଏମାନଙ୍କ ବିଜୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉ୍‌ଥିଲା । ଏତେ କମ ବୟସରେ ଡ୍ୟାନ୍ସ ରିୟଲିଟି ଶୋ’ର ବିଜେତା ହୋଇ ଗୁଞ୍ଜନ ଓ ତେଜସ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ।
ପ୍ରଥମରୁ ହିଁ ଦୁଇ ପ୍ରତିଯୋଗୀ ଝଲକ ଦିଖଲା ଜା ୧୦ର ବିଜେତା ଭାବେ ଦାବିଦାର ବୋଲି ଜଣାପଡୁଥିଲେ । ନିର୍ଦ୍ଦେଶକ କରନ ଜୋହର ଓ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ଏହି ଦୁଇ ଲିଟଲ ଚାମ୍ପିୟନଙ୍କୁ ୱିନର ଘୋଷଣା କରିଛନ୍ତି । ପ୍ରାଇଜ ମନି ଭାବେ ଏମାନଙ୍କୁ ୨୦ ଲକ୍ଷ ଟଙ୍କା ମିଳିଛି ।
ଖତରୋଁ କେ ଖିଲାଡି ପରେ ରୁବିନା ଦିଲୈକଙ୍କ ହାତରୁ ବି ଝଲକ ଦିଖଲା ଜା ୧୦ର ଟ୍ରଫି ଖସି ଯାଇଛି । ସେ ଶୋ’ରେ ଟପ ୩ରେ ରହିଥିଲେ । ହେଲେ ଏହାର ୱିନର ହୋଇ ପାରିଲେ ନାହିଁ । ରୁବିନାଙ୍କ ସହ ଫୈଶଲ ଶେଖ ବି ଟପ ୩ରେ ନିଜର ସ୍ଥାନ ବଜାୟ ରଖିଥିଲେ । ହେଲେ ଶେଷରେ ଗୁଞ୍ଜନ ଓ ତେଜସ ବାଜି ମାରି ନେଇ ରୁବିନା ଓ ଫୈସଲଙ୍କୁ ପଛରେ ପକାଇ ୱିନର ଘୋଷିତ ହୋଇଛନ୍ତି ।

Share