ଲଢ଼ିଲେ ଗନ୍‌ମ୍ୟାନ, ନିସ୍ତୁକ ମାଡ଼ ଖାଇ ବଞ୍ଚାଇଦେଲେ ୩୮ ଲକ୍ଷ ଟଙ୍କା, ଖସିଗଲେ ୨ ଲୁଟେରା

କେନ୍ଦୁଝର,୧୫।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ନିକଟରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ କାଉଣ୍ଟରରେ ଟଙ୍କା ଭରିବାକୁ ଯାଉଥିବା ଏକ ଭ୍ୟାନରୁ ଟଙ୍କା ଲୁଟ ଉଦ୍ୟମ ବିଫଳ ହୋଇଛି। ତିନି ଜଣ ଦୃର୍ବୁତ୍ତ ଏହି ଟଙ୍କା ଲୁଟ ଉଦ୍ୟମ କରିଥିଲେ। ଲୁଟ ବେଳେ ଲୁଟେରାଙ୍କ ସହ ଧସ୍ତାଧସ୍ତି ହୋଇ ଥିବା ବେଳେ ସେମାନଙ୍କ ମାଡ଼ରେ ଗନମ୍ୟାନ ଆହତ ହୋଇଥିବା ସୂଚନା ମିଳିଛି।

ତେବେ ଟଙ୍କା ଲୁଟ ବିଫଳ ହେବା ପରେ ଲୁଟେରା ମାନେ ସ୍ଥାନ ଛାଡି ଫେରାର ହୋଇ ଯାଇଥିଲେ। ଖବର ପାଇ ଯୋଡ଼ା ପୋଲିସ ଘଟଣା ସ୍ଥଳରେ ପହଁଚି ତନାଘନା ଆରମ୍ଭ କରିଛି। ବିଭିନ୍ନ ଥାନାକୁ ସୂଚନା ଦେବା ସହ ସୀମା ବର୍ତ୍ତି ଅଞ୍ଚଳରେ ଚଢାଉ କରିଥିଲେ ହେଁ ଲୁଟେରାଙ୍କ ପତ୍ତା ମିଳି ନ ଥିବା ଜଣା ପଡ଼ିଛି। ଝାଡ଼ଖଣ୍ଡ ସୀମା ବର୍ତ୍ତି ଅଞ୍ଚଳ ହୋଇ ଥିବାରୁ ସୀମା ପାର ହୋଇ ଖସି ପଳାଇଥିବା ଅନୁମାନ ହେଉଛି।

ପୋଲିସ ଆଖପାଖ ସିସିଟିଭି ଫୁଟେଜ ଓ ଲୋକଙ୍କୁ ପଚରା ଉଚୁରା କରି ଘଟଣାର ସଠିକ୍ ସୂଚନା ସଂଗ୍ରହ କରୁଛି। ବର୍ତମାନ ଉତ୍ସବର ସମୟ ଥିବା ବେଳେ ଯୋଡ଼ା ଅଞ୍ଚଳରେ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଅନ୍ୟ ପୂଜା ଅପେକ୍ଷା ଧୂମଧୁମାରେ ପାଳିତ ହୋଇଥାଏ। ଏଣୁ ଲୋକଙ୍କ ସୁବିଧା ପାଇଁ ଓ କାଲି ଛୁଟି ଥିବାରୁ ଟଙ୍କା ଏଟିଏମ କାଉଣ୍ଟରରେ ଭର୍ତ୍ତି କରାଯାଇଥିଲା ବୋଲି ଜଣା ପଡିଛି। ଗାଡ଼ିରେ ପାଖାପାଖି ୩୮ ଲକ୍ଷ ଟଙ୍କା ଥିବା ବେଳେ ଏହି ଟଙ୍କା ବିଭିନ୍ନ ସ୍ଥାନରେ ଥିବା ଏଟିଏମ କାଉଣ୍ଟର ରେ ଭର୍ତ୍ତି କରିବାକୁ ନେଉଥିଲେ।

ଏନେଇ ଯୋଡ଼ା ଥାନା ଅଧିକାରୀ ଲୋକେଶ୍ୱର୍ ସାହୁ କହିଛନ୍ତି ଯେ ଟଙ୍କା ସୁରକ୍ଷିତ ଅଛି। ଲୁଟେରା ଙ୍କୁ ଖୋଜା ଚାଲିଛି। ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ବିଶେଷ କରି ପୂଜା ପାର୍ବଣ ସମୟରେ ଅଧିକ ଟଙ୍କା ନେବା ଆଣିବା ସମୟରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ନେଇ ପୋଲିସ ବିଭାଗ ବାରମ୍ବାର ବ୍ୟାଙ୍କ୍ ଓ ଅନ୍ୟ ମାନଙ୍କୁ କହି ଆସୁଥିବା ବେଳେ ସେସବୁ ପାଳନ ହେଉଛି କି ନାହିଁ ଯାଞ୍ଚ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ କଲରାପତରିଆ ବାଘ ମୃତ

ବରଗଡ଼,୧୫।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରୁ ମଙ୍ଗଳବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ବାଘର ମୃତଦେହକୁ...

ହତ୍ୟାକାରୀଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ: ମୃତଦେହ ରଖି ରାସ୍ତା ଅବରୋଧ, ପୋଲିସ ମୁତୟନ

ଘସିପୁରା/ରାମଚନ୍ଦ୍ରପୁର,୧୫।୧୦(ନିରଞ୍ଜନ ସାହୁ/ଗଣେଶ୍ୱର ସା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ପଣ୍ଡୁଆ ଛକରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ...

ଚଳିତବର୍ଷ ବାଲିଯାତ୍ରାରେ ଖୋଲିବ ୧୧ ଶହ ଦୋକାନ, ଜାଣନ୍ତୁ କିପରି କରିବେ ପଞ୍ଜିକରଣ

କଟକ,୧୫।୧୦: ପ୍ଲଟ ପଞ୍ଜୀକରଣ କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିନିମନ୍ତେ ପ୍ଲଟ୍ ଆବଣ୍ଟନ ପାଇଁ...

ଗଜପତିରେ ଅଭାବୀ ବର୍ଷା: ଧାନ ଅମଳ ହେବ କି ନାହିଁ ଆଶଙ୍କାରେ

ପାରଳାଖେମୁଣ୍ଡି,୧୫ା୧୦(ଗିରିଧାରୀ ପରିଛା): ଗଜପତି ଜିଲାରେ ଅଭାବୀ ବର୍ଷା ଯୋଗୁ ଚିନ୍ତାରେ ରହିଛନ୍ତି ଚାଷୀ। କ୍ଷେତରେ ଧାନ ଗର୍ଭରେ ଥିବା ବେଳେ ଆଉ କିଛି ଧାନ ଗଛ...

ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି: ଧାନ କିଣାବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା

ଭୁବନେଶ୍ୱର,୧୫।୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଖରିଫ୍‌ ଧାନ କିଣା ସଂକ୍ରାନ୍ତରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ଧାନ...

ନବୀନଙ୍କ ବଢୁଛି ଟେନଶନ, ରୋକିବାର ନା ନେଉନି ବିଜେଡିର ଗୋଷ୍ଠୀ କନ୍ଦଳ

ଭୁବନେଶ୍ୱର,୧୫।୧୦: ୨୪ବର୍ଷ ଶାସନରେ ଥିବା ବିଜେଡିକୁ ଏବେ ଘାରିଛି ଗୋଷ୍ଠୀ କନ୍ଦଳର ଡର। କ୍ଷମତା ଗଲା ପରେ ଗୋଟିଏ ଦଳରେ ଏ କେଉଁ ପ୍ରକାର ପରିସ୍ଥିତି...

ଓଡ଼ିଶା ଛାଡ଼ିଲା ‘ମୌସୁମୀ’

ଭୁବନେଶ୍ୱର,୧୫।୧୦: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ବିଦାୟ ନେଇଛି। ୧୩ ତାରିଖରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବୁଧବାର ସୁଦ୍ଧା ଏହା...

ମୁଖ୍ୟମନ୍ତ୍ରୀ ଦେଲେ ସୂଚନା: ଏହି ଦିନ ଆସିବ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ୱର/କେନ୍ଦୁଝର,୧୫।୧୦: ‘ସୁଭଦ୍ରା ଯୋଜନା’କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌। ଏହାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି କେବେ ଆସିବ ସେନେଇ ମହିଳାମାନେ ଚାହିଁ ରହିଛନ୍ତି। ଏମିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri