ରୋମର ଏକ ବାରରେ ଗୁଳିକାଣ୍ଡ, ୩ ମହିଳା ମୃତ. ଶ୍ରଦ୍ଧାଞ୍ଜଳି ଜଣାଇଲେ ଇଟାଲି ପ୍ରଧାନମନ୍ତ୍ରୀ

ରୋମ,୧୨ ।୧୨: ଇଟାଲିର ରାଜଧାନୀ ରୋମରେ ରବିବାର ସନ୍ଧ୍ୟାରେ ଏକ ବାରରେ ଜଣେ ବନ୍ଧୁକଧାରୀ ଫାୟରିଂ କରିଥିବା ଘଟଣା ସାମ୍ନାକୁ ଆସିଛି । ନ୍ୟୁଜ ଏଜେନ୍ସି ରଏଟର୍ସ ଇଲାବତୀ ମିଡିଆର ରିପୋର୍ଟ ଆଧାରରେ କହିଛି ରୋମର ଏକ ବାରରେ ଏକ ଆପାର୍ଟମେଣ୍ଟ ବ୍ଲକରେ ରହୁଥିବା ସଦସ୍ୟଙ୍କର ବୈଠକ ଚାଲୁଥିଲା । ଏହି ସମୟରେ ଜଣେ ବ୍ୟକ୍ତି ବନ୍ଧୁକ ନେଇ ସେଠାରେ ପହଞ୍ଚିବା ସହ ଆଖିବୁଜା ଗୁଳି ଚାଳନା କରିଥିଲେ । ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୪ ଆହତ ହୋଇଛନ୍ତି । ପୋଲିସ ଆକ୍ରମଣକାରୀଙ୍କୁ ଅଟକ ରଖିଛି ।
ମୃତକଙ୍କ ମଧ୍ୟରେ ଇଟାଲିର ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନିଙ୍କର ଜଣେ ବନ୍ଧୁଙ୍କ ସମେତ ୩ ମହିଳା ରହିଛନ୍ତି । ମେଲୋନି ରବିବାର ସନ୍ଧ୍ୟାରେ ତାଙ୍କ ଇନଷ୍ଟାଗ୍ରାମରେ ପିଡ଼ିତଙ୍କ ମଧ୍ୟରୁ ଜଣେ ନିକୋଲୋଟା ଗୋଲିସାନୋଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ସହ ସେ ଲେଖଛନ୍ତି, ମୋ ପାଇଁ ସେ ସବୁବେଳେ ଏମିତି ସୁନ୍ଦର ଓ ଖୁସି ରହିବେ । ଏମିତି ଭାବେ ତାଙ୍କର ମୃତ୍ୟୁ ହେବା ଠିକ୍ ହୋଇନାହିଁ । ପ୍ରଧାନମନ୍ତ୍ରୀ ମେଲୋନି କହିଛନ୍ତି ଯେଉଁ ଶୁଟିଂ ରେଞ୍ଜରୁ ସନ୍ଦିଗ୍ଧ ଆକ୍ରମଣ ପାଇଁ ବ୍ୟବହାର କରିଥିବା ବନ୍ଧୁକ ନେଇଥିଲେ ତାକୁ ବନ୍ଦ କରି ଦିଆଯାଇଛି ଓ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ଆରମ୍ଭ କରାଯାଇଛି ।

Share