ଇମ୍ରାନଙ୍କୁ ଗୁଳି କରିଥିବା ଅଭିଯୁକ୍ତ ଗିରଫ

ଇସଲାମାବାଦ୍‌,୩।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ଦ୍ୱାରା ଜାରି ରହିଥିବା ଆଜାଦୀ ମାର୍ଚ୍ଚ ଲାହୋର ପଦଯାତ୍ରା ଗୁରୁବାର ଗୁଜରାନଓ୍ବାଲାର ଆଲ୍ଲା ଛକରେ ପହଞ୍ଚିଥିଲା। ସେହି ସମୟରେ ଇମ୍ରାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା। କଣ୍ଟେନର ଉପରେ ଇମ୍ରାନ ବସିଥିବା ବେଳେ ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଅବସ୍ଥା ସ୍ଥିର ଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ସେ କାହିଁକି ଓ କାହା ଇସାରାରେ ଗୁଳି କରିଥିଲେ ତାହା ଜଣାପଡିନାହିଁ। ଇସ୍‌ଲାମାବାଦ ପୋଲିସ ଏନେଇ ଖୋଳତାଡ଼ ଜାରି ରଖିଛି।
ସୂଚନା ଯୋଗ୍ୟ, ୨୦୦୭ରେ ଏକ ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Share