ଅବୁଜା,୯ ।୧: ନାଇଜେରିଆର ଦକ୍ଷିଣ ଭାଗରେ ଇଦୋରେ ଅଜ୍ଞାତ ବନ୍ଧୁକଧାରୀମାନେ ଏକ ରେଳୱେ ଷ୍ଟେଶନ ଉପରେ ଆକ୍ରମଣ କରିଛନ୍ତି । ସେଠାରୁ ସେମାନେ ଅତିକମରେ ୩୨ ଜଣ ଲୋକଙ୍କୁ ଅପହରଣ କରିନେଇଥିବା ଜଣାପଡିଛି । ଅଧିକାରୀମାନେ କହିଛନ୍ତି ଏହି ଘଟଣା ଶନିବାର ଦ୍ୱିପ୍ରହରର । ପୋଲିସ ଅଧିକାରୀମାନେ କହିଛନ୍ତି ଅଜ୍ଞାତ ବନ୍ଧୁକଧାରୀମାନେ ଶନିବାର ସନ୍ଧ୍ୟା ପ୍ରାୟ ୪ଟାରେ (ସ୍ଥାନୀୟ ସମୟ) ଟମ ଇକିମି ଷ୍ଟେଶନ ଉପରେ ଆକ୍ରମଣ କରିଥିଲେ, ଯେତେବେଳେ ଯାତ୍ରୀମାନେ ଏକ ଟ୍ରେନକୁ ଅପେକ୍ଷା କରିଥିଲେ । ଏହି ରେଲୱେ ଷ୍ଟେଶନ ରାଜ୍ୟର ରାଜଧାନୀ ବେନିନ ସିଟିରୁ ପ୍ରାୟ ୧୧୧ କିଲୋମିଟର ଉତ୍ତର ପୂର୍ବରେ ରହିଛି । ଏହାସହ ଏହି ଷ୍ଟେଶନ ଅନମ୍ବରା ରାଜ୍ୟର ସୀମାକୁ ଲାଗି ରହିଛି । ପୋଲିସ କହିଛି ଆକ୍ରମଣରେ ଷ୍ଟେଶନରେ ଥିବା କିଛି ଲୋକଙ୍କ ଦେହରେ ଗୁଳି ବାଜିଛି ।
ଅଧିକାରୀମାନେ କହିଛନ୍ତି ଏହି ଘଟଣା ପରେ ଅପହରଣକାରୀମାନେ ନିଜ ସହ ପ୍ରାୟ ୩୨ ଲାକଙ୍କୁ ନେଇ ଯାଇଛନ୍ତି । ଏବେ ସେନା ଓ ପୋଲିସ ସହ ସୁରକ୍ଷା ନେଟୱର୍କର ଅଧିକାରୀ ଅପହରଣ ହୋଇଥିବା ଲୋକଙ୍କୁ ମୁକୁଳାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହାସହ ଉଦ୍ଧାର କାର୍ଯ୍ୟ ବି ଜାରି ରହିଛି । ବିଶ୍ୱାସ କରାଯାଉଛି କି ଅନ୍ୟ ପୀଡ଼ିତଙ୍କୁ ବି ଉଦ୍ଧାର କରାଯିବ ।