ବାଂଗୁଇ,୨୦ ।୩: ମଧ୍ୟ ଆଫ୍ରିକା ଗଣରାଜ୍ୟରେ ବନ୍ଧୁକଧାରୀମାନେ ରବିବାର ଚାଇନା ଦ୍ୱାରା ସଂଚାଳିତ ଏକ ସୁନା ଖଣି ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଖଣିରେ କାମ କରୁଥିବା ୯ ଚାଇନା ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି ।
ମିଡିଆ ରିପୋର୍ଟ ଅନୁଯାୟୀ, ଚାଇନା କମ୍ପାନୀ ନିକଟରେ ଏହି ଖଣିରେ କାମ ଆରମ୍ଭ କରିଥିଲା । ଏବେ ପୀଡ଼ିତଙ୍କ ମୃତଶରିରକୁ ରାଜଧାନୀ ବାଂଗୁଇ ନିଆଯାଇଛି । ସ୍ଥାନୀୟ ଅଧିକାରୀମାନେ କହିଛନ୍ତି, ଆକ୍ରମଣକାରୀଙ୍କ ତଲାସି ଜାରି ରହିଛି । ସ୍ଥାନୀୟ ଲୋକେ କହିଛନ୍ତି ହିଂସାର ନୂଆ ଘଟଣା ସୁରକ୍ଷାକର୍ମୀଙ୍କ ବିଶ୍ୱାସର ଅଭାବକୁ ଦର୍ଶାଉଛି । ସେମାନେ କହିଛନ୍ତି ସରକାର ଦେଶରେ ଥିବା ମଧ୍ୟ ଆଫ୍ରିକୀୟ ଓ ବିଦେଶୀ ନାଗରିକଙ୍କୁ ରକ୍ଷା କରିବାରେ ଅସମର୍ଥ ଦେଖାଯାଉଛି ।
ସୂଚନାଯୋଗ୍ୟ, ଏହି ଘଟଣା ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି । ହେଲେ ସନ୍ଦେହ ବିଦ୍ରୋହୀ ଦଳର ମେଣ୍ଟ ପ୍ୟାଟ୍ରିୟଟସ୍ ଫର ଚେଞ୍ଜ ଅବା ସିପିସି ଉପରେ କରାଯାଇପାରେ । ଯେକି ଏହି ଅଞ୍ଚଳରେ ସକ୍ରିୟ ରହିଛି ଓ ନିୟମିତ ଭାବେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରୁଛି ।