୪୭ ଜଣଙ୍କୁ ହତ୍ୟା କଲେଣି ବନ୍ଧୁକଧାରୀ

ଲାଗୋସ୍‌, ୨୧ା୧୨: ନାଇଜେରିଆର ଅଶାନ୍ତ ଉତ୍ତର-ପୂର୍ବ ଅଞ୍ଚଳରେ ବନ୍ଧୁକଧାରୀଙ୍କ ବର୍ବରତା ସୀମା ଟପିବାରେ ଲାଗିଛି। ମାତ୍ର ୩ ଦିନ ମଧ୍ୟରେ ଆତତାୟୀମାନେ ୪୭ ଜଣଙ୍କୁ ଗୁଳି କରି ହତ୍ୟା କଲେଣି। କେବଳ ରବିବାର ୩୮ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ଶୁକ୍ରବାର ୯ ଜଣଙ୍କୁ ଗୁଳି କରିଦିଆଯାଇଛି। ବହୁ ସଂଖ୍ୟାରେ ଗାଡ଼ି, ଫସଲ ସହ ଘରେ ନିଆଁ ଲଗାଇଦିଆଯାଇଛି। ତେବେ ଏଥିପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। ଡକାୟତି ଗ୍ୟାଙ୍ଗ୍‌ ଏପରି କରୁଥିବା କୁହାଯାଉଛି। ୟୁଏସ୍‌ କାଉନସିଲ ଅନ୍‌ ଫରେନ ରିଲେଶନ ରିପୋର୍ଟ ଅନୁସାରେ, ଉତ୍ତର-ପୂର୍ବ ସମେତ ଦେଶର ମଧ୍ୟଭାଗରେ ୨୦୨୧ ବର୍ଷରେ ବନ୍ଧୁକଧାରୀମାନେ ଏପର୍ଯ୍ୟନ୍ତ ପ୍ରାୟ ୨,୫୦୦ ଲୋକଙ୍କୁ ହତ୍ୟା କରିଲେଣି। ଗତ ୩ ମାସରେ ଏହି ସଂଖ୍ୟା ଅଧିକ ମାତ୍ରାରେ ବଢ଼ିଛି। ଏହି ସଶସ୍ତ୍ର ଗୋଷ୍ଠୀଗୁଡ଼ିକରେ ଫୁଲାନି ଜାତିର ଯୁବକମାନେ ସାମିଲ ଅଛନ୍ତି। ଜଳ ଏବଂ ଚାରଣ ଭୂମିକୁ ନେଇ ହାଉସା କୃଷକ ସମ୍ପ୍ରଦାୟ ସହ ସେମାନଙ୍କ ବିବାଦ ରହିଆସିଛି। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ ହେଁ କାହାରିକୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ଦଶନ୍ଧି ଧରି ନାଇଜେରିଆ ସୈନ୍ୟ ଉତ୍ତର-ପୂର୍ବ ଅଞ୍ଚଳରେ ମୁସଲମାନ କଠୋରପନ୍ଥୀ ଗୋଷ୍ଠୀଙ୍କ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ବୋକୋ ହାରାମ, ଇସ୍‌ଲାମିକ୍‌ ଷ୍ଟେଟ୍‌ ଭଳି ଆତଙ୍କବାଦୀ ସଙ୍ଗଠନ ନିଜ ପ୍ରଭାବ ବିସ୍ତାର କରିବାକୁ ଡକାୟତ ଗୋଷ୍ଠୀକୁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଉତ୍ସବ ପାଳନ କରୁଥିବା ଲୋକଙ୍କ ଉପରେ ଟ୍ରକ ଚଢ଼ାଇ ଆଖିବୁଜା ଗୁଳିମାଡ଼

ଓ୍ବାଶିଂଟନ, ୧।୧: ନୂଆବର୍ଷରେ ଆମେରିକାର ନ୍ୟୁ ଓରଲିୟନ୍ସସ୍ଥିତ ବୋରବନ୍‌ ଷ୍ଟ୍ରିଟଠାରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଗୋଟିଏ ଟ୍ରକ୍‌ ଦ୍ରୁତ ଗତିରେ ଆସି ନୂଆ...

ଭାରତ ସହିତ ଯୁଦ୍ଧ ହେଲେ କେତେଯାଏ ତିଷ୍ଠି ପାରିବ ତାଲିବାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୧: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାରି ଭିତରେ ତେହେରିକ-ଇ-ତାଲିବାନ ପାକିସ୍ତାନର ଆତଙ୍କବାଦୀମାନେ ଖାଇବର ପଖତୁନଖାରେ ବାଜୋର ଜିଲାର ସାଲାରଜାଇ ଅଞ୍ଚଳରେ...

୨୦୨୫ରେ ବିନାଶ ହୋଇଯିବ ମଣିଷ! ନୂଆ ବର୍ଷ ଆରମ୍ଭରୁ ଚମକାଇଲା ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ, ଘଟିବ ଏମିତି…

ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୫ରେ ମନୁଷ୍ୟର ବିଲୁପ୍ତ ହେବାର ପୂର୍ବାନୁମାନ କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଅତୀତରେ ତାଙ୍କ ଦ୍ୱାରା କରାଯାଇଥିବା...

ଲକ୍ଷେ ଚେଷ୍ଟା କରିକି ବି ହାସିନାଙ୍କୁ ଅଟକାଇ ପାରିଲେନି ୟୁନୁସ୍‌, ବଡ଼ ଗେମ୍‌ ଖେଳିଲେ…

ଢାକା,୧।୧: ଗତ ବର୍ଷ ଅଗଷ୍ଟରେ ସରକାରୀ ବିରୋଧୀ ଆନ୍ଦୋଳନ ମଧ୍ୟରେ ଶେଖ ହାସିନା ବାଂଲାଦେଶ ଛାଡି ପଳାଇବା ପରେ ଲାଗୁଛି ଯେମିତି ତାଙ୍କର ରାଜନୈତିକ କ୍ୟାରିୟର...

ନୂଆବର୍ଷରେ ନାଲିଆଖି ଦେଖାଇଲେ ଟ୍ରୁଡୋ: ଇସାରାରେ କହିଦେଲେ ଏମତି…

ଓଟାଓ୍ବା,୧।୧:ସମଗ୍ର ବିଶ୍ୱରେ ନୂଆ ବର୍ଷ ପାଳନ କରାଯାଉଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଦେଶର ନାଗରିକମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଟ୍ରୁଡୋ...

ନୂଆବର୍ଷରେ ଧମକ ଦେଲା ଚାଇନା:ଆମକୁ କେହି…

ବେଜିଂ,୧।୧: ସମଗ୍ର ବିଶ୍ୱରେ ନୂତନ ବର୍ଷ ଉତ୍ସବରେ ସମସ୍ତେ ଶାନ୍ତି ପାଇଁ ପ୍ରାର୍ଥନା କରୁଥିବାବେଳେ ଚାଇନା ନୂଆବର୍ଷରେ ଧମକ ଦେବା ବନ୍ଦ କରୁନାହିଁ। ଚାଇନାର ରାଷ୍ଟ୍ରପତି...

ଫୋକସ୍‌ରେ ବିମାନବନ୍ଦର ଏମ୍‌ବାଙ୍କମେଣ୍ଟ

ସିଓଲ,୧ା୧: ଦକ୍ଷିଣ କୋରିଆ ଜେଜୁ ଏୟାରର ବୋଇଂ ୭୩୭-୮୦୦ ବିମାନ ଦୁର୍ଘଟଣାରେ ସମସ୍ତ ୧୭୫ ଯାତ୍ରୀ ଏବଂ ୪ ଜଣ କ୍ରିଉ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା।...

ପାକିସ୍ତାନରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭଗତ ସିଂ ଗ୍ୟାଲେରି

ଲାହୋର, ୧।୧: ପାକିସ୍ତାନର ରାଓ୍ବଲପିଣ୍ଡିସ୍ଥିତ ଐତିହାସିକ ପୁଞ୍ଛ୍‌ ହାଉସରେ ଥିବା ଭଗତ ସିଂହ ଗ୍ୟାଲେରିକୁ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯାଇଛି। ଏଥିପାଇଁ ପାକିସ୍ତାନର ପଞ୍ଜାବ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri