ଆଫଗାନ ଟିଭି ସାମ୍ବାଦିକାଙ୍କୁ ହତ୍ୟା

ଜଲାଲବାଦ(ଆଫଗାନିସ୍ଥାନ),୧୦।୧୨- ମହିଳା ସାମ୍ବାଦିକ ଓ ତାଙ୍କ ଡ୍ରାଇଭରଙ୍କୁ ଗୁରୁବାର ଜଣେ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି। ନାନ୍‌ଗାରହାର ପ୍ରଦେଶ ଗର୍ଭନରଙ୍କ ପ୍ରବକ୍ତା ଅଟଉଲା ଖୋଗାନି ଓ ସ୍ଥାନୀୟ ମେଡିକାଲ ଏହା ସ୍ପଷ୍ଟ କରିଛନ୍ତି। ଚଳିତ ମାସରେ ଆଫଗାନିସ୍ତାନ ଜର୍ନାଲିଷ୍ଟଙ୍କୁ ହତ୍ୟା କରାଯିବାର ଏହା ଦ୍ୱିତୀୟ ଘଟଣା।
୨୦ ବର୍ଷୀୟା ମାଓ୍ବାନ୍ଦଙ୍କ ପୂର୍ବରୁ ରେଡିଓ ଲିବର୍ଟି ରିପୋଟର ଆଲିଆସ ଡାଏଙ୍କୁ କାର ବୋମା ଆକ୍ରମଣରେ ହତ୍ୟା କରାଯାଇଥିଲା।

ଜଲାଲବାଦର ପୂର୍ବାଞ୍ଚଳ ସହରରେ ମଲାଲାଇ ମାଓ୍ବାନ୍ଦଙ୍କୁ ହତ୍ୟା କରାଯାଇଥିବା ଏନେକାସ ଟିଭି ପକ୍ଷରୁ କୁହାଯାଇଛି। ଏହି ଘରୋଇ ଚ୍ୟାନେଲ ପାଇଁ ସେ କାର୍ଯ୍ୟ କରୁଥିଲେ। ଦେଶରେ ଶାନ୍ତି ଫେରାଇ ଆଣିବା ଲାଗି ସରକାର ଓ ତାଲିବାନ ମଧ୍ୟରେ ଆଲୋଚନା ଚାଲିଥିଲେ ମଧ୍ୟ ଜର୍ନାଲିଷ୍ଟ, ରାଜନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ହତ୍ୟା କରାଯାଉଛି। ନାନ୍‌ଗାରହାର ପ୍ରଦେଶ ଓ ଏହାର ରାଜଧାନୀ ଜଲାଲବାଦରେ ସରକାରୀ ସେନା ଓ ତାଲିବାନ ମଧ୍ୟରେ ନିୟମିତ ସଂଘର୍ଷ ହୋଇଥାଏ।

Share