ଚର୍ଚ୍ଚରେ ଗୁଳିମାଡ଼ କରି ଲୋକଙ୍କୁ ଅପହରଣ କଲେ ବନ୍ଧୁକଧାରୀ, ୭ ମୃତ…

ପୋର୍ଟ ଓ ପ୍ରିନ୍ସ,୨୭।୮ : ହାଇତିର ରାଜଧାନୀ ପୋର୍ଟ-ଓ-ପ୍ରିନ୍ସର ଉତ୍ତର ଉପକଣ୍ଠକୁ ନିୟନ୍ତ୍ରଣ କରୁଥିବା ଏକ ଗ୍ୟାଙ୍ଗ ଏକ ଚର୍ଚ୍ଚକୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ କରିଛନ୍ତି। ଏହି ସମୟରେ, ଚର୍ଚ୍ଚ ନେତାଙ୍କ ଦ୍ୱାରା ଆୟୋଜିତ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ।

ସ୍ଥାନୀୟ ଅଧିକାର ଗୋଷ୍ଠୀ କାର୍ଡ ଅନୁଯାୟୀ ଶନିବାର ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଗୁଳି ବିନିମୟରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ କାର୍ଡ ନିର୍ଦ୍ଦେଶକ ଜିଡେନ ଜାନ କହିଛନ୍ତି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଅନେକ ଲୋକ ଆହତ ହୋଇଛନ୍ତି ଏବଂ କିଛି ଲୋକଙ୍କୁ ମଧ୍ୟ ଅପହରଣ କରାଯାଇଛି।

ସୋସିଆଲ ମିଡିଆରେ ଭିଡିଓରେ ଦର୍ଶାଯାଇଛି ରାସ୍ତାରେ ଲୋକମାନେ ଗୁଳି ଚଳାଉଛନ୍ତି। ଏଥିସହିତ ଅନେକ ମୃତଦେହ ତଳେ ପଡ଼ି ରହିଛି।

Share