Categories: ଫୁରସତ

ଟ୍ରେନ୍‌ରେ ଗୁପ୍‌ଚୁପ୍‌ ମଜା ନେଉଛନ୍ତି ଯାତ୍ରୀ

ନୂଆଦିଲ୍ଲୀ: କେତେକ ଲୋକେ ଷ୍ଟ୍ରିଟ୍‌ ଫୁଡ୍‌କୁ ଅଧିକ ପସନ୍ଦ କରିଥାନ୍ତି। ରାସ୍ତାରେ ମିଳଉଥିବା ଗୁପ୍‌ଚୁପ୍‌ ଚାଟ୍‌ ଖାଇବାକୁ ଲୋକଙ୍କ ଅଧିକ ଗହଳି ଦେଖିବାକୁ ମିଳିଥାଏ। ସମସ୍ତ ଖାଦ୍ୟ ମଧ୍ୟରୁ ଲୋକେ ଅଧିକ ଗୁପ୍‌ଚୁପ୍‌କୁ ପସନ୍ଦ କରିଥାନ୍ତି। ଆମେ କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ମଧ୍ୟ ଗୁପ୍‌ଚୁପ୍‌ ଖାଇବାକୁ ଇଚ୍ଛା କରୁଥାଉ। କିନ୍ତୁ ରେଳ କିମ୍ବା ବସ୍‌ ଯାତ୍ରା ସମୟରେ ତାହା ସମ୍ଭବ ହୋଇ ନ ଥାଏ। ହେଲେ ଜଣେ ବ୍ୟକ୍ତି ଲୋକଙ୍କ ଏହି ଇଚ୍ଛା ପୂରଣ କରିବାକୁ ରେଳରେ ତାଙ୍କ ଗୁପ୍‌ଚୁପ୍‌ ପସରା ଖୋଲିଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନ୍‌ରେ ଗୁପ୍‌ଚୁପ୍‌ ବିକ୍ରି କରୁଥିବା ନଜରକୁ ଆସିଛି। ତାଙ୍କ ପାଖରେ ମଧ୍ୟ ଲୋକେ ଠୋଲା ଧରି ଗୁପ୍‌ଚୁପ୍‌ ଖାଇବାକୁ ରହିଛନ୍ତି। ତେବେ ଏହି ଭିଡିଓ କେଉଁଠାର ତାହା ଜଣାପଡ଼ିନାହିଁ। କିନ୍ତୁ ଲୋକେ ଏହାକୁ କୋଲକାତା ନ ହେଲେ ମୁମ୍ବାଇର ବୋଲି କହୁଛନ୍ତି।

Share