Categories: ଜାତୀୟ

ଗୁପକର ଗ୍ରୁପର ଆଶା ପୁଣି ଫେରିବ ଅନୁଚ୍ଛେଦ ୩୭୦: ଆଜି ନିଷ୍ପତ୍ତି…

ନୂଆଦିଲ୍ଲୀ,୧୧।୧୨: ଅନୁଚ୍ଛେଦ ୩୭୦ ରଦ୍ଦ କରିବାକୁ କେନ୍ଦ୍ରର ନିଷ୍ପତ୍ତିର ସାମ୍ବିଧାନିକ ବୈଧତା ଉପରେ ସୋମବାର ସୁପ୍ରିମକୋର୍ଟ ଏହାର ରାୟ ପ୍ରଦାନ କରିବେ। ଜମ୍ମୁ-କଶ୍ମୀରର ଅନେକ ଦଳ ପୁରୁଣା ବ୍ୟବସ୍ଥା ପୁନଃ ସ୍ଥାପିତ ହେବ ବୋଲି ଆଶା ପ୍ରକଟ କରିଛନ୍ତି। ଏଥି ସହ ଭାରତୀୟ ଜନତା ପାର୍ଟି (ଭାଜପା) କହିଛି ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶରେ କୌଣସି ରାଜନୀତି ହେବା ଉଚିତ ନୁହେଁ ଏବଂ ସମସ୍ତେ ଏହାକୁ ସମ୍ମାନ ଦେବା ଉଚିତ।

ଏହି ଶୁଣାଣି ପୂର୍ବରୁ କଶ୍ମୀରରେ ଗ୍ରାଉଣ୍ଡ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି। ନ୍ୟାଶନାଲ କନଫରେନ୍ସ (ଏନସି) ନେତା ଓମାର ଅବଦୁଲ୍ଲା କହିଛନ୍ତି ଅନୁଚ୍ଛେଦ ୩୭୦ ରଦ୍ଦକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରତିକୂଳ ନିଷ୍ପତ୍ତି ହେଲେ ମଧ୍ୟ ତାଙ୍କ ଦଳ ଜମ୍ମୁ-କଶ୍ମୀରରେ ଶାନ୍ତି ଭଙ୍ଗ କରିବ ନାହିଁ ଏବଂ ଏହାର ଆଇନଗତ ଲଢ଼େଇ ଜାରି ରଖିବ।
ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ବେଆଇନ ବୋଲି କୋର୍ଟଙ୍କ ରାୟ ସ୍ପଷ୍ଟ କରିବା ଉଚିତ। ସୂଚନାଯୋଗ୍ୟ, ଏନସି ଏବଂ ପିଡିପି ହେଉଛି ପିପୁଲ୍ସ ଆଲାଇନ୍ସ ଫର୍‌ ଗୁପକର ଡିକ୍ଲାରେଶନ ’ (ପିଜିଡିଏ) ର ଏକ ଅଂଶ, ଯାହାକୁ ଗୁପକର ଆଲାଏନ୍ସ ମଧ୍ୟ କୁହାଯାଏ। ଅନୁଚ୍ଛେଦ ୩୭୦ ପୁନରୁଦ୍ଧାର ପାଇଁ ଜମ୍ମୁ-କଶ୍ମୀରର ଅନେକ ଦଳ ମିଳିତ ହୋଇ ଏହା ଗଠନ କରିଥିଲେ।

 

Share