ୟୁଏଇ,୭।୬: ଦକ୍ଷିଣ ଆଫ୍ରିକାରୁ ଫେରାର ଗୁପ୍ତା ବଦର୍ସଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଗିରଫ କରାଯାଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ଶାସନ ସମୟରେ ରାଜେଶ ଗୁପ୍ତା ଏବଂ ଅତୁଲ ଗୁପ୍ତା କୋଟି କୋଟି ଟଙ୍କା ଲୁଟ୍ କରିଥିବା ଅଭିଯୋଗ ରହିଛି। ବର୍ତ୍ତମାନ ତାଙ୍କୁ ଇଣ୍ଟରପୋଲ ସାହାଯ୍ୟରେ ଧରାଯାଇଛି। ଦକ୍ଷିଣ ଆଫ୍ରିକା ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଗୁପ୍ତା ବଦର୍ସଙ୍କୁ ଗିରଫ କରିବା ପରେ ଦକ୍ଷିଣ ଆଫ୍ରିକାର ଅଧିକାରୀମାନେ କହିଛନ୍ତି ଯେ, ଦୁହିଁଙ୍କୁ ପ୍ରତ୍ୟର୍ପଣ ପାଇଁ ୟୁଏଇ ସହ ଆଲୋଚନା ଚାଲିଛି। ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଏକ ନ୍ୟାୟିକ କମିଶନ ତଦନ୍ତ ଆରମ୍ଭ କରିବା ପରେ ଗୁପ୍ତା ବଦର୍ସ ୨୦୧୮ରେ ଦକ୍ଷିଣ ଆଫ୍ରିକା ଛାଡି ପଳାଇଥିଲେ।
ଜୁମାଙ୍କ ନଅ ବର୍ଷର ଶାସନ କାଳରେ ଅତି କମରେ ୩୨ ବିଲିୟନ ଡଲାର ଠକେଇ ହୋଇଥିବା ସରକାର କହିଛନ୍ତି। ତେବେ ଜ୍ୟାକବ ଜୁମା ଏବଂ ଗୁପ୍ତା ଭାଇମାନେ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି।