ଗୁପ୍ତଗିରି ମଠ ହେବ ତାଳବଣ

ମହାକାଳପଡ଼ା,୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ପରିବେଶ ଅସନ୍ତୁଳିତ ହେବାର ଆଶଙ୍କା କରାଯାଉଛି। ପ୍ରାକୃତିକ ପରିବେଶ ସୃଷ୍ଟି କରିବା ପାଇଁ ତାଳ ଓ ହେନ୍ତାଳ ବଣର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି।
ରବିବାର ଚିତାଲାଗି ଅମାବାସ୍ୟା ପୂର୍ବାହ୍ନରେ ଗୁପ୍ତଗିରି ମଠରେ ପରିବେଶବିତ୍‌ ମାହାଳି ୩ ଶହ ତାଳମଞ୍ଜି ରୋପଣ କରି ସମାଜ ପାଇଁ ନୂଆ ବାର୍ତ୍ତା ଦେଇଛନ୍ତି। ଏହି ପ୍ରାଚୀନ ଗୁପ୍ତଗିରି ମଠର ବହୁ ମାହାତ୍ମ୍ୟ ରହିଛି ବୋଲି ସାମାଜିକ କର୍ମୀ ଲକ୍ଷ୍ମୀକାନ୍ତ ସ୍ବାଇଁ ଓ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଦିନ ଥିଲା ଶ୍ରଦ୍ଧାଳୁମାନେ ମାନସିକ କରିବା ପାଇଁ ଏହି ମଠରେ ଶରଣାପନ୍ନ ହୋଇଥାନ୍ତି। କେଉଁ ଆବହମାନ କାଳରୁ ଗୁପ୍ତଗିରି ମଠରେ ମହାପୁରୁଷଙ୍କ ଦର୍ଶନ ଲାଭ କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଆସନ୍ତି। ବହୁ ଶ୍ରଦ୍ଧାଳୁମାନଙ୍କର ମାନସିକ ବ୍ରତ ପୂରଣ ହେଲେ ଭୋଗ ଅର୍ପଣ କରାଯିବାର ପରମ୍ପରା ରହିଛି। ମଠର ମାହାତ୍ମ୍ୟ ରହିଛି। ମହାପୁରୁଷ ଗୁପ୍ତଗିରି ନଦୀ ତଟରେ ସାଧନା କରି ଈଶ୍ୱରପ୍ରାପ୍ତ ହୋଇଥିବା କିମ୍ବଦନ୍ତୀ ରହିଛି। ତେବେ ପରିବେଶବିତ୍‌ ମାହାଳି ଏହି ଗୁପ୍ତକ୍ଷେତ୍ରରେ ତାଳଚାରା ରୋପଣ କରି ଅଞ୍ଚଳରେ ଦୁର୍ବିପାକରୁ ରକ୍ଷା କରିପାରିବେ ବୋଲି ପ୍ରୟାସ ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗଁାର ପଡ଼ିଆ ଜମି, ନଦୀବନ୍ଧ ପାର୍ଶ୍ୱରେ ତାଳ ଚାରାରୋପଣ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ତାଳଗଛ ଝଡ଼ବାତ୍ୟା ହେଉ କି ବଜ୍ରପାତ ଦାଉରୁ ରକ୍ଷାକରିବ। ଏହି ଗଛ ଡେଙ୍ଗା ହୋଇଥିବାରୁ ପ୍ରଥମେ ବଜ୍ରପାତ ପହଞ୍ଚତ୍ଥାଏ। ଏହାର ଅନ୍ୟ ଏକ କାରଣ ହେଉଛି ଗଣ୍ଡିରେ ଅଧିକ ଜଳୀୟ ଅଂଶ ଥାଏ। ଫଳରେ ଏହାର ବିଦ୍ୟୁତ୍‌ ପ୍ରତିରୋଧ କ୍ଷମତା କମ୍‌ ହୋଇଥାଏ ଓ ବିଦ୍ୟୁତ୍‌ ସହଜରେ ଭୁଇଁକୁ ଚାଲିଯାଏ। ଫଳରେ ତାଳ ଗଛ ନିଜେ ଜଳି ଯାଇ ଅନ୍ୟମାନଙ୍କୁ ରକ୍ଷା କରିଥାଏ ବୋଲି ସାମାଜିକ କର୍ମୀ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। ଆଗାମୀ ଦିନରେ ବ୍ଲକର ବିଭିନ୍ନ ଅଞ୍ଚଳର ନଦୀବନ୍ଧ, ପଡ଼ିଆ ଜମିରେ ତାଳଚାରା ରୋପଣ କରାଯିବ ବୋଲି ମାହାଳି କହିଛନ୍ତି। ଏହି ତାଳଚାରା ରୋପଣ କାର୍ଯ୍ୟକ୍ରମରେ ଅଞ୍ଚଳର ଯୁବକମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri