Categories: ଖେଳ

ହିଟ୍‌ମ୍ୟାନ୍‌କୁ ପଛରେ ପକାଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ହେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୮।୭: ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନ୍‌ ସ୍କୋର କରିଥିବା ଖେଳାଳି ଦୌଡ଼ରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ଓପନର୍‌ ମାର୍ଟିନ ଗୁପ୍ତିଲ ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ବିରାଟ କୋହଲି ଫର୍ମରେ ନ ଥିବାରୁ ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ ଆଗେଇ ଚାଲିଛନ୍ତି। ବୁଧବାର ଗୁପ୍ତିଲ ସ୍କଟଲ୍ୟାଣ୍ଡ ବିପକ୍ଷରେ ୩୧ ବଲ୍‌ରେ ୪୦ ରନ୍‌ର ଇନିଂସ ଖେଳିଥିଲେ। ଏହାପରେ ସେ ରୋହିତ ଶର୍ମାଙ୍କୁ ପଛରେ ପକାଇ ଏହି ଫର୍ମାଟରେ ବିଶ୍ୱର ସର୍ବାଧିକ ରନ୍‌ ସ୍କୋର କରିଥିବା ଖେଳାଳି ପାଲଟିଛନ୍ତି।

ରୋହିତ ୩୩୭୯ କରିଥିବା ବେଳେ ଗୁପ୍ତିଲ ତାଙ୍କଠାରୁ ୨୦ ରନ୍‌ ଆଗୁଆ ଅଛନ୍ତି। ସେ ୧୧୨ ମ୍ୟାଚ୍‌ର ୧୧୨ ଇନିଂସରେ ୩୩୯୯ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ୨ ଶତକ ଏବଂ ୨୦ ଅର୍ଦ୍ଧଶତକ ରହିଛି। ସେହିଭଳି କୋହଲି ୩୩୦୮ ରନ୍‌ ସହ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି।

Share