ଚଣ୍ଡିଗଡ଼,୧୪।୧୦: ହରିଆଣା ରୋହତକର ସୁନାରିଆ ଜେଲ୍ରେ ବନ୍ଦୀ ଥିବା ଡେରା ସଚ୍ଚାସୌଦାର ଗୁରୁ ଗୁରମୀତ ରାମ ରହିମଙ୍କୁ ପୁଣି ଥରେ ପାରୋଲ ପାଇଁ ଅନୁମତି ମିଳିଛି। ତେବେ ପାରୋଲ ଅବଧି କେଉଁଠାରେ ବିତିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଯେକୌଣସି ସମୟରେ ରାମ ରହିମ ଜେଲରୁ ବାହାରିପାରନ୍ତି। ଏଥିପାଇଁ ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚଳିତ ଥର ରାମ ରହିମଙ୍କୁ ଜେଲରୁ ଏୟାରଲିଫ୍ଟ କରାଯିବ। ଗୁଇନ୍ଦା ରିପୋର୍ଟ ପରେ ସୁରକ୍ଷା ଦୃଷ୍ଟିରୁ ଜେଲ ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ୨୦୧୭ରୁ ରାମ ରହିମ ସୁନରିଆ ଜେଲରେ ବନ୍ଦୀ ଅଛନ୍ତିି।