Categories: ଜାତୀୟ

ରାମ ରହିମଙ୍କୁ ଜେଡ ପ୍ଲସ ସୁରକ୍ଷା

ଚଣ୍ଡିଗଡ଼,୨୨ ।୨: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂ ହତ୍ୟା ମାମଲରେ ସିଧା ସଳଖ ସମ୍ପୃକ୍ତ ନୁହେଁ । ସେ ବାସ୍ତବିକ ଭାବେ ହତ୍ୟା କରି ନାହାନ୍ତି । ହରିୟାଣା ସରକାର କହିଛନ୍ତି ରାମ ରହିମଙ୍କୁ ହତ୍ୟାର ସହ ଅଭିଯୁକ୍ତଙ୍କ ସହ ଆପରିଧକ ଷଡଯନ୍ତ୍ର ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ୨୧ ଦିନିଆ ପାରୋଲକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ କରାଯାଇଥବା ଏକ ଆବେଦନରରେ ହରିୟାଣା ସରକାର କୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି । ହାଇକୋର୍ଟରେ ଦାଖଲ କରାଯାଇଥିବା ରେକର୍ଡ ଅନୁଯାୟୀ ଡେରା ମୁଖ୍ୟ ରାମ ରହିମଙ୍କୁ ଖଲିସ୍ତାନ ସମର୍ଥକଙ୍କ ପକ୍ଷରୁ ବିପଦ ରହିଛି । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେ ପାରୋଲରେ ଆସିବା ପରେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି ।

Share