ନୂଆଦିଲ୍ଲୀ,୧୯।୧୨-ଛାତ୍ରୀଙ୍କୁ ଅସଦାଚରଣ ଓ ହ୍ବାଟ୍ସଆପରେ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ପ୍ରସିଦ୍ଧ ମୃଦଙ୍ଗ ବାଦକ ରବିଶଙ୍କର ଉପାଧ୍ୟାୟ। ଏ ନେଇ ଛାତ୍ରୀ ଜଣକ ଚାନକ୍ୟାପୁରୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଟ୍ରେନିଂ ସମୟରେ ରବିଶଙ୍କର ତାଙ୍କୁ ଅସଦାଚରଣ କରିଥିଲେ। ଏଥିସହିତ ହ୍ବାଟ୍ସଆପରେ ବାରମ୍ବାର ଅଶ୍ଳୀଳ ମେସେଜ ପଠାଇ ହଇରାଣ କରୁଥିଲେ ବୋଲି ଛାତ୍ରୀ ଜଣକ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ରବିଶଙ୍କରଙ୍କୁ ଗିରଫ କରିଛି।