ଜୀବନରେ ସଫଳ ହେବାକୁ ହେଲେ ଶିକ୍ଷିତ ହେବା ଅଧିକ ଜରୁରୀ । ଶିକ୍ଷକ ଦେଶର ଭବିଷ୍ୟତକୁ ଗଢିବା ଏବଂ ଯୁବପିଢିଙ୍କ ଜୀବନକୁ ସଜାଡିବା ଓ ଏହାକୁ ସମ୍ପୂର୍ଣ୍ଣ ଆକାର ଦେବାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ପ୍ରାଚୀନ କାଳରୁ ହିଁ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ ସବୁଠି ନିଆରା ଏବଂ ସ୍ୱତନ୍ତ୍ର ସ୍ଥାନରେ ରହିଆସିଛି । ଗୁରୁଙ୍କ ଠାରୁ ପ୍ରାପ୍ତ ଜ୍ଞାନ ଓ ସଠିକ୍ ମାର୍ଗଦର୍ଶନ ପାଇବା ପରେ ହିଁ ଆମେ ଜୀବନରେ ସଫଳତାର ଶୀର୍ଷରେ ପହଂଚିଥାଉ ।