ନୂଆଦିଲ୍ଲୀ,୮।୧୦: ଗୁରୁ ନାନକ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି- ଗୁରୁ ନାନକ ଦେବ ଜୀଙ୍କର ଜନ୍ମ ବାର୍ଷିକୀ ଅବସରରେ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଦେଶବାସୀ ଏବଂ ଶିଖ ଭାଇ ଓ ଭଉଣୀମାନଙ୍କୁ ମୋର ଶୁଭେଚ୍ଛା। ସେ ଆମକୁ ସମାଜରେ ପ୍ରେମ, ଏକତା ଏବଂ ଭାଇଚାରା ସହିତ ବଞ୍ଚିବାକୁ ପ୍ରେରଣା ଦେଇଥିଲେ। ଆସନ୍ତୁ ଆମେ ତାଙ୍କ ଶିକ୍ଷା ଅନୁସରଣ କରିବା ଏବଂ ତାଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରିବା ଏବଂ ସାମାଜିକ କଲ୍ୟାଣର ନିଷ୍ଠାର ସହିତ କାର୍ଯ୍ୟ କରିବା।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁରୁ ନାନକ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ମହାନ ଶିକ୍ଷା ଆମକୁ ଏକ ନ୍ୟାୟପୂର୍ଣ୍ଣ ଏବଂ ଦୟାଳୁ ସମାଜ ଗଠନ ପାଇଁ ଆମର ପ୍ରୟାସରେ ମାର୍ଗଦର୍ଶନ କର ବୋଲି ସେ କହିଛନ୍ତି।
On the sacred occasion of birth anniversary of Guru Nanak Dev Ji, I extend my heartiest greetings to all fellow citizens and Indians settled abroad, especially the brothers and sisters of Sikh community. pic.twitter.com/vP6Cd4EJ8V
— President of India (@rashtrapatibhvn) November 8, 2022
Greetings on the Parkash Purab of Sri Guru Nanak Dev Ji. May his noble teachings continue to guide us in our endeavour of building a just and compassionate society. pic.twitter.com/1zfSrLil0T
— Narendra Modi (@narendramodi) November 8, 2022