ଶେହନାଜଙ୍କ ମୁଣ୍ଡରେ ପଗଡ଼ି ଭିଡିଲେ ଗୁରୁ ରାନ୍ଧଓ୍ବା

ଅଭିନେତ୍ରୀ ଶେହନାଜ ଗିଲ ଏବଂ ଗୁରୁ ରାନ୍ଧୱା ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ନିକଟରେ ଶେହନାଜ ଇନଷ୍ଟାରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ଗୁରୁ ଶେହନାଜଙ୍କୁ ପଗଡି ପିନ୍ଧାଇ ଦେଉଥିବାର ନଜର ଆସିଛନ୍ତି। ଭିଡିଓ ଶେୟାର କରି ଶେହନାଜ କ୍ୟାପସନରେ ଲେଖିଥିଲେ – ‘ଗୁରୁ ନୁ ନାଜ ତେରେ ତେ … ଚାଲୁ ତେରା ନଖରା ବେ’। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଉଭୟଙ୍କ ଉପରେ ପ୍ରେମ ବର୍ଷା କରିଛନ୍ତି।
ଶେହନାଜ ଏବଂ ଗୁରୁ ମଧ୍ୟ ଏକ ଗୀତ କରିଥିଲେ, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।ଏହି ଦୁଇଜଣଙ୍କ ମଧ୍ୟରେ ଚମତ୍କାର କେମେଷ୍ଟୀ ଦେଖି ସମସ୍ତେ ସେମାନଙ୍କୁ ‘ବିବାହ କରିବାକୁ’ କହିଥିଲେ। କିନ୍ତୁ ଦୁହେଁ ସାଙ୍ଗମାନଙ୍କ ପରି ଏକ ସମ୍ପର୍କ ଶେୟାର କରନ୍ତି ବୋଲି ସ୍ପଷ୍ଟ କରିଥିଲେ।
ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଜରିଆରେ ଶେହନାଜ ବଲିଉଡରେ ଡେବ୍ୟୁ କରିଥିଲେ। ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ୍‌ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଥିଲା। ଏହା ବ୍ୟତୀତ ଶେହନାଜ ଅନେକ ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ତାଙ୍କୁ ପଞ୍ଜାବର କ୍ୟାଟ୍ରିନା କୈଫ ମଧ୍ୟ କୁହାଯାଏ। ଶେହନାଜ ଗିଲ ବିଗ ବସ ୧୩ରୁ ଲୋକପ୍ରିୟତା ପାଇଥିଲେ।

 

Share