Guru Randhawaଙ୍କୁ କ’ଣ ହୋଇଛି? ଡାକ୍ତରଖାନାରେ ହୋଇଛନ୍ତି ଭର୍ତ୍ତି, ଫଟୋ ଦେଖି ଚିନ୍ତାରେ ପ୍ରଶଂସକ…

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା । ସୋସିଆଲ ମିଡିଆରେ ସେ ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇ ଏକ ଫଟୋ ଶେୟାର କରିଛନ୍ତି। ତାଙ୍କୁ ହସ୍ପିଟାଲର ବେଡ୍‌ରେ ଶୋଇଥିବାର ଦେଖାଯାଉଛି। ମୁଣ୍ଡରେ ଏକ ପଟି ବାନ୍ଧାଯାଇଛି। ବେକରେ ଏକ ନେକ୍‌ ବ୍ରେସ ମଧ୍ୟ ରହିଛି। ଫିଲ୍ମର ଶୁଟିଂ ସମୟରେ ରନ୍ଧାୱା ଆହତ ହୋଇଥିବା ଜଣାପଡ଼ିଛି।

ରନ୍ଧାଓ୍ବା କିଛିଦିନ ଧରି ପଞ୍ଜାବୀ ଫିଲ୍ମ ’ଶୌଙ୍କି ସର୍ଦ୍ଦାର’ର ଶୁଟିଂରେ ବ୍ୟସ୍ତ ରହିଥିଲେ। ଏହି ସିନେମାର ଏକ ଆକ୍ସନ ଦୃଶ୍ୟ ଶୁଟିଂ ସମୟରେ ସେ ଆହତ ହୋଇଥିଲେ, ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ଫଟୋ ଶେୟାର କରି ଗୁରୁ ରନ୍ଧାୱା ଲେଖିଛନ୍ତି, ମୋର ପ୍ରଥମ ଷ୍ଟଣ୍ଟ, ପ୍ରଥମ ଥର ପାଇଁ ଆହତ ହୋଇଛି, କିନ୍ତୁ ମୋର ଦମ୍ଭ ଏପର୍ଯ୍ୟନ୍ତ ଭାଙ୍ଗି ନାହିଁ। ଆକ୍ସନ ବହୁତ କଷ୍ଟକର କାମ, କିନ୍ତୁ ମୁଁ ଦର୍ଶକଙ୍କ ପାଇଁ କଠିନ ପରିଶ୍ରମ କରିବି।

 

View this post on Instagram

 

A post shared by Guru Randhawa (@gururandhawa)

ଅପରପକ୍ଷେ ଗାୟକଙ୍କ ଏହି ଫଟୋ ପ୍ରଶଂସକଙ୍କୁ ଦୁଃଖିତ କରିଛି। ସମସ୍ତେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ତାଙ୍କ ପୋଷ୍ଟରେ ଅନେକେ ବଲିଉଡ ସେଲିବ୍ରିଟି ପ୍ରତିକ୍ରିୟା ଦେଉଛନ୍ତି। ଅନୁପମ ଖେର, ଜ୍ୟାକଲିନ, ସୌମ୍ୟା ଟଣ୍ଡନ ପ୍ରମୁଖ ଶୀଘ୍ର ସୁସ୍ଥ ହେବାର କାମନା କରିଛନ୍ତି। ତେବେ ‘ଶୌଙ୍କି ସର୍ଦ୍ଦାର’ ଫିଲ୍ମରେ ଗୁରୁ ରନ୍ଧାୱାଙ୍କ ସହିତ ବବ୍ବୁ ମାନ, ନିମ୍ରିତ କୌର ଆହଲୁୱାଲିଆ ଏବଂ ଗୁଗ୍ଗୁ ଗିଲ୍‌ ଭଳି ଷ୍ଟାରମାନେ ମଧ୍ୟ ନଜର ଆସିବେ।

Guru Randhawa Post Comment

କହିବାକୁ ଗଲେ ଗୁରୁ ରନ୍ଧାୱା ସଂଗୀତ ଜଗତର ଏକ ବଡ଼ ନାମ। ସେ ନିଜ କଣ୍ଠସ୍ବରରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଗୀତ ଗାଇବାରେ ଶିଖର ଛୁଇଁବା ପରେ ସେ ଗତ ବର୍ଷ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ତାଙ୍କର ଏକ ଫିଲ୍ମ ’କୁଛ ଖଟ୍ଟା ହୋ ଜାୟେ’ ନାମରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ଗୁରୁ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ତାଙ୍କ ସହିତ ସାଇ ମାଞ୍ଜରେକର ଏବଂ ଅନୁପମ ଖେରଙ୍କ ଭଳି ଷ୍ଟାରମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ତାଙ୍କର ନୂତନ ଫିଲ୍ମ ’ଶୌନକି ସର୍ଦ୍ଦାର’ କେବେ ମୁକ୍ତିଲାଭ କରିବ ସେ ବିଷୟରେ ଏପର୍ଯ୍ୟନ୍ତ ସୂଚନା ପ୍ରକାଶ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮)...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image