ଗୁରୁଧାମ ମନ୍ଦିର କୋଭିଡ୍‌ ହଟ୍‌ସ୍ପଟ୍‌

ଲକ୍ଷ୍ନୌ,୧୮।୩(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ପ୍ରତାପଗଡ଼ ନିକଟରେ ଥିବା ଗୁରୁଧାମ ମନ୍ଦିର କୋଭିଡ୍‌ ହଟ୍‌ସ୍ପଟରେ ପରିଣତ ହୋଇଛି। ସେଠାରେ ଅନୁଷ୍ଠିତ ହୋଇଥିବା ୩ ଦିନିଆ ଧର୍ମସଭାକୁ ଆସିଥିବା ଅନେକ ଭକ୍ତ ଏବେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତବର୍ଷ ନୂଆଦିଲ୍ଲୀର ତବଲିଘି ଜମାତ୍‌ ସମ୍ମିଳନୀରୁ ଅନୁରୂପ ସଂକ୍ରମଣ ବ୍ୟାପିଥିଲା।
ଗୁରୁଧାମ ମନ୍ଦିର ପରିସରରେ ଜଗଦ୍‌ଗୁରୁ କୃପାଳୁ ପରିଷଦ ପକ୍ଷରୁ ମାର୍ଚ୍ଚ ୧୩ରୁ ଏହି ଧର୍ମସଭାର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ଅଞ୍ଚଳରୁ ୧୪ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ସେମାନେ କରୋନା କଟକଣା ମାନି ନ ଥିଲେ। ମାସ୍କ ପିନ୍ଧବା, ସାମାଜିକ ଦୂରତ୍ୱ, ତାପମାତ୍ରା ଯାଞ୍ଚ, ହ୍ୟାଣ୍ଡ ସାନିଟାଇଜ୍‌ ଆଦିକୁ ଅଣଦେଖା କରାଯାଇଥିଲା। ଯେଉଁମାନେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେଲେ ସେମାନଙ୍କୁ ଚିକିତ୍ସା କରା ନ ଯାଇ ମନ୍ଦିର ପରିସରରୁ ଚାଲିଯିବାକୁ କୁହାଯାଇଥିଲା।

Share