Categories: ଜାତୀୟ

ଆଜି ଶେଷ ବିବାହ ଲଗ୍ନ: ରାଜଧାନୀରେ ୧୦୦୦ ବିବାହ; ସବୁ ହୋଟେଲ ବୁକ୍‌

ଗୁରୁଗାଓଁ,୧୧।୧୨: ଶୁକ୍ରବାର ୨୦୨୦ର ଶେଷ ଶୁଭ ଲଗ୍ନ ଦିନ। ଏଥିଯୋଗୁ ଗୁରୁଗାଓଁ ସମେତ ଦିଲ୍ଲୀ-ଏନ୍‌ସିଆର୍‌ରେ ହଜାର ହଜାର ବିବାହ ହେଉଛି। କେବଳ ସାଇବର ସିଟିରେ ୪୦୦ରୁ ୫୦୦ ବିବାହ ହେଉଥିବା ଜଣାପଡ଼ିଛି। ଫଳରେ ରାଜଧାନୀର ଗଳି କନ୍ଦିରେ ନାହିଁ ନ ଥିବା ଜାମ ଦେଖିବାକୁ ମିଳୁଛି। ସମସ୍ତ ମ୍ୟାରେଜ୍‌ ହଲ୍‌, ହୋଟେଲ ବୁକ୍‌ ରହିଛି।

କରୋନାକୁ ନେଇ ଲକ୍‌ଡାଉନ୍‌ ଚାଲିଥିବା ବେଳେ ବିବାହ ଆଦି ଉତ୍ସବକୁ ମନା କରାଯାଇଥିଲା। ହେଲେ ଏବେ ଏହି ନିୟମକୁ ସାମାନ୍ୟ କୋହଳ କରାଯାଇଛି। ଫଳରେ ଅଟକିଥିବା ବିବାହଗୁଡ଼ିକ ସମ୍ପନ୍ନ ହେଉଛି। କରୋନା ଗାଇଡ୍‌ଲାଇନ୍‌ ପାଳନ କରି ଉତ୍ସବର ଆୟୋଜନ କରାଯାଉଛି। ତେବେ ଡିସେମ୍ବର ୧୫ରୁ ଖରମାସ ଲାଗୁ ହେବ। ୧୪ ଜାନୁଆରୀ ମକରସଂକ୍ରାନ୍ତି ପରେ ଏହା ଶେଷ ହେବ। ଏହାପରଠାରୁ ପୁଣି ବିବାହ ହୋଇପାରିବ।

Share