Categories: ଜାତୀୟ

ଭୁଶୁଡିଲା ଆପାର୍ଟମେଣ୍ଟ ଛାତ

ଗୁରୁଗ୍ରାମ,୧୦।୨: ଗୁରୁଗ୍ରାମରେ ଏକ ଅଘଟଣ ଘଟିଛି। ଏଠାରେ ନିର୍ମାଣାଧୀନ ଆପାର୍ଟମେଣ୍ଟ ଛାତ ଭୁଶୁଡ଼ିବା କାରଣରୁ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏଥିସହିତ, ଅନେକ ତଳେ ଫସିଯିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦଃଖ ପ୍ରକାଶ କରିଛନ୍ତି।
ଗୁରୁଗ୍ରାମର ଦ୍ୱାରକା ଏକ୍ସପ୍ରେସୱେରେ ଅବସ୍ଥିତ ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ ଏହି ଦୁର୍ଘଟଣା ଘଟିଛି। ଅନେକ ଲୋକ ମଧ୍ୟ ଏହି ଆପାର୍ଟମେଣ୍ଟରେ ରହୁଛନ୍ତି। ଏକ ଆପାର୍ଟମେଣ୍ଟ କୋଠାର ଷଷ୍ଠ ମହଲାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଛାତ ନିର୍ମାଣ ସମୟରେ ଲେନ୍ସର ଏକ ଅଂଶ ଖସିଯିବା କାରଣରୁ ଶ୍ରମିକମାନେ ଫସିଯାଇଥିଲେ।

Share