ବିଶ୍ୱକପ ପରାଜୟ ଭୁଲିବା ପାଇଁ କର୍ମଚାରୀଙ୍କୁ ଛୁଟି ଦେଲା କମ୍ପାନୀ

ଚଣ୍ଡିଗଡ,୨୧।୧୧:ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ରୋହିତ ବାହିନୀଙ୍କ ଏହି ପରାଜୟ ୧୪୦କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଗତ ଦୁଇଦିନ ଧରି ସାରା ଦେଶ କୋହ ସମ୍ଭାଳି ପାରୁ ନ ଥିବାବେଳେ ଗୁରୁଗ୍ରାମ ସ୍ଥିତ ଏକ କମ୍ପାନୀ ସୋମବାର ଅଫିସ ଛୁଟି ରଖିଥିଲା। ଅଫିସ ଛୁଟି ଘୋଷଣା କରି କହିଥିଲା, ଭାରତର ପରାଜୟ ଯୋଗୁ କର୍ମଚାରୀଙ୍କୁ ଝଟକା ଲାଗିଛି। ତେଣୁ ସେଥିରୁ ଓହରିବା ପାଇଁ ଆମେ ଗୋଟିଏ ଦିନ ଛୁଟି ଘୋଷଣା କରୁଛୁ। ପରଦିନ କର୍ମଚାରୀ ଉତ୍ସାହର ସହ କର୍ମକ୍ଷେତ୍ରରେ ଯୋଗ ଦେବେ ବୋଲି ଆମର ବିଶ୍ୱାସ ରହିଛି।

ହରିୟାଣା ଗୁରୁଗ୍ରାମର ମାର୍କେଟିଂ ମୋଭସ ଏଜେନ୍ସି କମ୍ପାନୀ ଏହିପରି ଘୋଷଣା କରିଛି। ସେହି କମ୍ପାନୀର କର୍ମଚାରୀଦୀକ୍ଷା ଗୁପ୍ତା ଲିଙ୍କଡିନରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ତେବେ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Share