Categories: ଜାତୀୟ

ପରିସ୍ଥିତି ସ୍ବାଭାବିକ ହେବା ପରେ ଗୁରୁଗ୍ରାମରେ ହଟିଲା ୧୪୪ ଧାରା

ଚଣ୍ଡିଗଡ,୭।୮: ନୁହରେ ହିଂସା ପରେ ଗୁରୁଗ୍ରାମରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲା। ଯାହାକୁ ବର୍ତ୍ତମାନ ହଟାଇ ଦିଆଯାଇଛି। ପରିସ୍ଥିତି ସ୍ବାଭାବିକ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଶାସନ କହିଛି। ସୋମବାର ହରିୟାଣାର ନୁହରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଏକ ଧାର୍ମିକ ତୀର୍ଥଯାତ୍ରା ପାଇଁ ହିଂସା ହୋଇଥିଲା ଯେଉଁଥିରେ କିଛି ଲୋକ ପ୍ରାଣ ହରାଇଥିଲେ। ହିଂସାର ପ୍ରଭାବ ଗୁରୁଗ୍ରାମରେ ମଧ୍ୟ ଦେଖିବାକୁ ମିଳିଥିଲା।

ଜିଲାରେ ଘଟଣା ପରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ରେ ଗୁରୁଗ୍ରାମରେ ୧୪୪ ଧାରା ଲାଗୁ କରାଯାଇଥିଲା। ଗୁରୁଗ୍ରାମ ଜିଲାର ନାଗରିକଙ୍କ ଶାନ୍ତି, ଆଇନ ଶୃଙ୍ଖଳା ତଥା ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା।

 

Share