Categories: ଜାତୀୟ

ବିନା ବାଣରେ ଗୁରୁଗ୍ରାମରେ ପାଳନ ହେବ ଦୀପାବଳି

ଗୁରୁଗ୍ରାମ,୬।୧୧: ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ବିନା ବାଣରେ ପାଳନ ହେବ ଦୀପାବଳି। କରୋନା ଓ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି କିଛି ଏଭଳି ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ନଭେମ୍ବର ୧୪ ଅର୍ଥାତ୍‌ ଦୀପାବଳି ପୂର୍ବରୁ ବା ପରେ ଜିଲାରେ ବାଣ ଫୁଟାଇବା ଉପରେ ଜିଲା ପ୍ରଶାସନ ପ୍ରତିବନ୍ଧକ ଲଗାଇଛି। କେବଳ ଦୀପାବଳି ଦିନ ମାତ୍ର ୨ଘଣ୍ଟା ଅର୍ଥାତ୍‌ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ସେଥିରେ ମଧ୍ୟ ପ୍ରଦୂଷଣ ହେଉ ନ ଥିବା ବାଣ ବା ଗ୍ରୀନ କ୍ରାକର ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଣ ଫୁଟାଇବା ପାଇଁ ଜିଲାର ୮ଟି ସ୍ଥାନ ନିର୍ଦ୍ଧାରଣ କରାଯାଇଛି। ଯେଉଁଠାରେ ଲୋକମାନେ ଦୀପାବଳି ଦିନ ବାଣ ଫୁଟାଇ ଉତ୍ସବ ମନାଇପାରିବେ। ଏହାଛଡ଼ା ଅନ୍ୟସ୍ଥାନରେ ବାଣ ଫୁଟାଇବା ପ୍ରତିବନ୍ଧକ ରହିବ। ଏନେଇ ଗୁରୁଗ୍ରାମର ଜିଲ୍ଲାପାଳ ତଥା ଡେପୁଟି କମିଶନର ଅମିତ ଖତ୍ରୀ ସୂଚନା ଦେଇଛନ୍ତି।

Share