Categories: ଜାତୀୟ

ବିମାନରେ ଗୁଟଖା ଖାଇ ଛେପ ପକାଇଲେ ଯାତ୍ରୀ,ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ,୨୬।୫: କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଅଭିଯାନରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପାନ ଓ ଗୁଟଖା ଖାଇ ରାସ୍ତାଘାଟରେ ଛେପ ପକାଉଥିଲେ। ହେଲେ ଏବେ ବିମାନରେ ବି ପାନ ଓ ଗୁଟଖା ଛେପ ପକାଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ଦୃଶ୍ୟକୁ ନିଜ ମୋବାଇଲ ଉଠାଇ ଆଇଏସ ଅଫିସର ଅଓ୍ବନିଶ ଶରନ ଟୁଇଟ୍‌ରରେ ଶେୟାର କରିଛନ୍ତି। ଶରନ ଟୁଇଟ୍‌ କରିଥିବା ଫଟୋରେ ବିମାନର ୱିଣ୍ଡୋ ତଳକୁ କେହି ଜଣେ ବ୍ୟକ୍ତି ଛେପ ପକାଇଥିବା ଦେଖାଯାଉଛି। ଟୁଇଟ୍‌ କରି ସେ ଲେଖିଛନ୍ତି, କେହି ଜଣେ ଏଇଠି ନିଜ ପରିଚୟ ଛାଡ଼ିଯାଇଛନ୍ତି । ଫଟୋ ଟୁଇଟ୍‌ରରେ ଅପଲୋଡ ହେବା ପରେ ଏହା ଭାଇରାଲ ହେଉଛି।

Share