Categories: ଜାତୀୟ

ଗୁଆହାଟି-ବିକାନେର ଏକ୍ସପ୍ରେସ୍ ଲାଇନଚ୍ୟୁତ: ୩ ମୃତ ଅନେକ ଆହତ

କୋଲକାତା,୧୩ ।୧: ପଶ୍ଚିମବଙ୍ଗ ଜଲପାଇଗୁଡି ମ୍ୟାନଗୁଡିରେ ଗୁଆହାଟି-ବିକାନେର ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଏଥିରେ ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନଟି ଆସାମରୁ ଗୁଆହାଟି ଯାଉଥିଲା । ମ୍ୟାନଗୁଡିରେ ଟ୍ରେନ୍‌ଟି ଦୁର୍ଘଟଣା ହେବା ପରେ ପୋଲିସ ଓ ସ୍ଥାନୀୟ ପ୍ରଶାସନର ସହାୟତାରେ ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଦୁର୍ଘଟଣାର କାରଣ ଜଣାପଡି ନ ଥିବା ବେଳେ ଉଚ୍ଚସ୍ତରୀୟ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।

Share