Categories: ଜାତୀୟ

ପଞ୍ଚିମବଙ୍ଗରେ ବଡ଼ ଧରଣର ରେଳ ଦୁର୍ଘଟଣା

କୋଲକାତା,୧୩।୧: ପଶ୍ଚିମବଙ୍ଗର ଜଲପାଇଗୁଡିର ମୈନାଗୁଡିଠାରେ ଗୁରୁବାର ଏକ ବଡ଼ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ପାଟନାରୁ ଗୌହାଟୀ ଯାଉଥିବା ଗୁଆହାଟି-ବିକାନେର୍‌ ଏକ୍ସପ୍ରେସ ଟ୍ରେନର ୧୨ଟି ବଗି ଲାଇନ ଚ୍ୟୁତ ହୋଇ ପରସ୍ପର ଉପରକୁ ମାଡି ଯାଇଥିଲା। ଦୁର୍ଘଟଣାରେ ୩ ଜଣଙ୍କ ମତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

ଖବର ପାଇ ଉଦ୍ଧାରକାରୀ ଦଳ, ଅଗ୍ନିଶମ କର୍ମଚାରୀ, ରେଳ ବିଭାଗ କର୍ମଚାରୀଙ୍କ ଏବଂ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ ୪ଟି ବଗି ରେଳ ଧାରଣା ବାହାରେ ଓଲଟି ପଡିଛି। କେଉଁ ପରିସ୍ଥିତିରେ ଟ୍ରେନ୍‌ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ହୋଇଛି ରେଳ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଯାଇଛି।

 

Share