Categories: ଜାତୀୟ

ରେଳ ପ୍ଲାଟଫର୍ମରେ ଭାରତର ପ୍ରଥମ ଟ୍ରାନ୍ସ ଚା’ ଷ୍ଟଲ, ଫଟୋ ଶେୟାର କଲେ ବିଭାଗୀୟ ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ଆସାମର ଗୁଆହାଟି ରେଳ ଷ୍ଟେଶନ ପ୍ଲାଟଫର୍ମରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଏକ ଚା’ ଷ୍ଟଲ ଖୋଲିଛନ୍ତି। ତେବେ ପ୍ଲାଟଫର୍ମରେ ଏହା ଦେଶର ପ୍ରଥମ ଟ୍ରାନ୍ସ ଚା’ ଷ୍ଟଲ ବୋଲି କୁହାଯାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଏକ ଟୁଇଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଗୁଆହାଟି ରେଳ ଷ୍ଟେଶନ ପ୍ଲାଟଫର୍ମରେ ଭାରତର ପ୍ରଥମ ଟ୍ରାନ୍ସ ଚା ଷ୍ଟଲ।

ଏହି ଟି ଷ୍ଟଲ ଅଲ ଆସାମ ଟ୍ରାନ୍ସଜେଣ୍ଡର ଆସୋସିଏଶନର ପକ୍ଷରୁ ଆରମ୍ଭ କରାଯାଇଛି। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ୨୫ ଡିସେମ୍ବର ୨୦୧୫ରେ ଏହି ଆସୋସିଏଶନ ଗଠନ କରାଯାଇଥିଲା।

Share